ଚୀନ୍‌ରେ ସରକାରୀ ରେକର୍ଡରେ କୋଟିଏ ୨୦ ଲକ୍ଷ ଶିଶୁ ନାହାନ୍ତି

ଚୀନ୍‌ ନାଗରିକଙ୍କ ହାରାହାରି ଆୟୁ ୭୭.୯୩ ବର୍ଷ

This picture taken on July 29, 2021rrrrrrrrrr, shows students and parents walking after attending a private after-school education in Haidan district of Beijing. - In Beijing's Haidian district where homes go for millions and competition is cutthroat for a spot in top schools, parents say sudden curbs on private after-school education are misplaced while the competition facing their kids is so tough. - TO GO WITH AFP STORY: China-education-economy, by Beiyi SEOW (Photo by NOEL CELIS / AFP) / TO GO WITH AFP STORY: China-education-economy, by Beiyi SEOW (Photo by NOEL CELIS/AFP via Getty Images)

ନୂଆଦିଲ୍ଲୀ : ୨୦୦୦ରୁ ୨୦୧୦ ମଧ୍ୟରେ ଚୀନ୍‌ରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ଠିକ୍‌ ଭାବେ ଗଣନା ହୋଇନି। ଏହି ସମୟ ମଧ୍ୟରେ ଚୀନ୍‌ରେ ଜନ୍ମିତ ୧୨ ନିୟୁତ ଶିଶୁ ସରକାରୀ ରେକର୍ଡରେ ନାହାନ୍ତି। ଉକ୍ତ ସଂଖ୍ୟା ବେଲଜିୟମର ଜନସଂଖ୍ୟା ସହ ସମାନ। ଚୀନ୍‌ର ଗୋଟିଏ ସନ୍ତାନ ନୀତି ପାଇଁ ଏହା ହୋଇଛି ବୋଲି କୁହାଯାଉଛି। ୨୦୧୦ ଜନଗଣନା ସମୟ‌ରେ ଏହା ଜଣାଯାଇଥିଲା ଯେ, ଚୀନ୍‌ରେ ୨୦୦୦ରୁ ୨୦୧୦ ମଧ୍ୟରେ ୧୬୦.୯ ନିୟୁତ ଶିଶୁ ଜନ୍ମ ହୋଇଛନ୍ତି। କିନ୍ତୁ ଚୀନ୍‌ ସରକାରଙ୍କ ଦ୍ବାରା ନିକଟରେ ଜାରି ହୋଇଥିବା ଏକ ବାର୍ଷିକ ପୁସ୍ତକ ପରିସଂଖ୍ୟାନ ପୁସ୍ତକରେ ଏହା କୁହାଯାଇଛି ଯେ, ଏହି ସମୟରେ ୧୭୨.୫ ନିୟୁତ ଶିଶୁ ଜନ୍ମ ହୋଇଛନ୍ତି।

ଗୋଟିଏ ସନ୍ତାନ ନୀତି ପାଇଁ କିଛି ବାପା ମା’ ଦଣ୍ଡ ପାଇବା ଭୟରେ ସେମାନଙ୍କ ଶିଶୁଙ୍କର ଜନ୍ମ ସମୟରେ ପଞ୍ଜିକରଣ କରାଇନାହାନ୍ତି। ତେଣୁ ସଂଖ୍ୟାରେ ଏତେ ବିଭେଦ ରହିଛି ବୋଲି କୁହାଯାଉଛି। କିନ୍ତୁ ୨୦୧୬ରେ ଚୀନ୍‌ ଦ୍ବିତୀୟ ସନ୍ତାନ ପାଇଁ ଅନୁମତି ଦେଲା। ପରେ ପଂଜିକୃତ ହୋଇଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ ୫୭ ପ୍ରତିଶତ ଝିଅ। ଏହାର ଅର୍ଥ ହେଉଛି କିଛି ଅଭିଭାବକ ପୁଅ ଆଶାରେ ଝିଅ ଜନ୍ମ ହେବାପରେ ପଂଜୀକରଣ କରାଇନାହାନ୍ତି। ୨୦୧୦ ଜନଗଣନା ନଭେମ୍ବର ୧, ୨୦୧୦ରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe