ଭବିଷ୍ୟତରେ ଜଣେ ମହିଳା ଦଲାଇ ଲାମା ହୋଇ ପାରନ୍ତି: ଦଲାଇ ଲାମା

Advertisment
ଭବିଷ୍ୟତରେ ଜଣେ ମହିଳା ଦଲାଇ ଲାମା ହୋଇ ପାରନ୍ତି: ଦଲାଇ ଲାମା

ମୁମ୍ବାଇ: ତିବ୍ଦତୀୟ ଅଧ୍ୟାତ୍ମିକ ନେତା ଦଲାଇ ଲାମା ଶୁକ୍ରବାର ଦିନ କହିଛନ୍ତି କି, ଉଭୟ ଲିଙ୍ଗ ପାଇଁ ସମାନ ଅଧିକାର ରଖି ଥିବା କାରଣରୁ ବୌଦ୍ଧିକ ପରମ୍ପରା ଅତି ଉଦାର। ଭବିଷ୍ୟତରେ ଜଣେ ମହିଳା ଦଲାଇ ଲାମା ହୋଇ ପାରନ୍ତି।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି-ବମ୍ବେ ଠାରେ ଦଲାଇ ଲାମା ଶ୍ରୋତାମାନଙ୍କୁ ଅଭିଭାଷଣ ଦେଇ ଏ କଥା କହିଛନ୍ତି।

୧୯୮୯ ମସିହାରେ ନୋବେଲ୍‌ ଶାନ୍ତି ବିଜେତା ଦଲାଇ ଲାମାଙ୍କ ପ୍ରକୃତ ନାଁ ତେନ୍‌ଜିନ୍‌ ଗିଆସ୍ତୋ। ତିବ୍ଦତର ସ୍ୱାଧୀନତା ଏବଂ ଅନ୍ୟାନ୍ୟ ସ୍ୱାର୍ଥ ପାଇଁ ସେ ବିଶ୍ୱ ବନ୍ଦିତ।

ଭବିଷ୍ୟତରେ ଜଣେ ମହିଳା ମଧ୍ୟ ଦଲାଇ ଲାମା ହୋଇ ପାରିବେ କି ପଚରା ଯିବାରୁ, ସେ କହିଲେ ଉଭୟ ଲିଙ୍ଗକୁ ବୁଦ୍ଧ ସମାନ ଅଧିକାର ଦେଇଛନ୍ତି। ତିବ୍ଦତୀୟ ଏବଂ ଭାରତୀୟ ଧର୍ମଧାରାର ଶୀର୍ଷରେ ମଧ୍ୟ ମହିଳାମାନେ ଥିଲେ।

ପ୍ରାୟ ୧୫ ବର୍ଷ ତଳେ ଏକ ଫରାସୀ ମହିଳା ପତ୍ରିକାର ସମ୍ପାଦକ ସାକ୍ଷାତ୍‌କାରଟିଏ ପାଇଁ ମୋ ନିକଟକୁ ଆସିଥିଲେ। ଭବିଷ୍ୟତରେ ଜଣେ ମହିଳା ଦଲାଇ ଲାମା ହୋଇ ପାରନ୍ତି କି, ବୋଲି ସେ ମତେ ପଚାରି ଥିଲେ। ମୁଁ ହଁ କହିଥିଲି। ଯଦି ଭବିଷ୍ୟତରେ ମହିଳା ସଙ୍ଗଠନ ଅଧିକ ଫଳପ୍ରଦ ହୁଏ, ତେବେ ହଁ ନିଶ୍ଚୟ। ବୌଦ୍ଧିକ ପରମ୍ପରା ଅତି ଉଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe