ଖଲିସ୍ତାନୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନର ଆଇଏସଆଇ : ରିପୋର୍ଟ

ଖଲିସ୍ତାନ ଟାଇଗର ଫୋର୍ସର ନେତୃତ୍ୱ ନେଉଥିବା ଅର୍ଶ ଦଲ୍ଲାକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଭାରତୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି।

khalistan

ନୂଆଦିଲ୍ଲୀ: ଖଲିସ୍ତାନ ଟାଇଗର ଫୋର୍ସର ନେତୃତ୍ୱ ନେଉଥିବା ଅର୍ଶ ଦଲ୍ଲାକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଭାରତୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି।

ଅର୍ଶ ଦଲ୍ଲା ନିକଟରୁ କାନାଡା ପୁଲିସ ଅନେକ ହାଇଟେକ୍ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଅର୍ଶ ଦଲ୍ଲାର ବୋଲି ତଦନ୍ତରୁ ଜଣାପଡ଼ିଥିଲା। ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୨୮ ତାରିଖ ରାତିରେ କାନାଡାରେ ଖଲିସ୍ତାନୀ ଅର୍ଶକୁ ଗୁଳି କରାଯାଇଥିଲା। ଗୁଳିଟି ଦଲ୍ଲାର ଡାହାଣ ହାତରେ ବାଜିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅର୍ଶ ଓ ତା ସାଥୀ ଗୁରଜନ୍ତ ସିଂହ ଏକ କାରରେ ମିଲ୍ଟନ୍ ଅଞ୍ଚଳରେ ଯାଉଥିଲେ। ଏହି ସମୟରେ କାରରେ ଥିବା ଏକ ବନ୍ଧୁକରୁ ହଠାତ ଗୁଳି ଚାଲିବାରୁ ଦଲ୍ଲା ଆହତ ହୋଇଥିଲା ।  ଏହାପରେ ତାକୁ ହସପିଟାଲ ନିଆଯାଇଥିଲା । ଗୁଳିମାଡରେ ଆହତ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ।

ତେବେ ପୁଲିସକୁ ଦଲ୍ଲା କହିଥିଲା ଯେ କେତେକ ଅଜଣା ବ୍ୟକ୍ତି ଆସି ଗୁଳିଚଳାଇ ଫେରାର ହୋଇଯାଇଥିଲ୍ । ପୁଲିସ ଡାକ୍ତରଖାନାରେ ପହଞ୍ଚି ଉକ୍ତ କାର୍ କୁ ଯାଞ୍ଚ କରିଥିଲା। ଏହାପରେ ସେମାନେ କାରର ରୁଟ ଯାଞ୍ଚ କରିଥିଲେ। ରାସ୍ତା ଅତିକ୍ରମ କରି ପୁଲିସ ଏକ ଘରେ ପହଞ୍ଚି ଗ୍ୟାରେଜ୍ ରୁ ଅନେକ ନିଷିଦ୍ଧ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଅର୍ଶ ଦଲ୍ଲାର ।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe