Yogi Adityanath :  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ମଙ୍ଗଳବାର ବାରାଣାସୀର ନମୋଘାଟରେ ଆୟୋଜିତ କାଶୀ ତାମିଲ ସଙ୍ଗମ କାର୍ଯ୍ୟକ୍ରମ ସମୟରେ ଏହି ସୁରକ୍ଷା ତ୍ରୁଟି ଦେଖାଯାଇଥିଲା। ଜଣେ ମଦ୍ୟପ ଯୁବକ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାବଳୟ ଭେଦ କରି ମଞ୍ଚ ଉପରକୁ ଚଢିଯାଇଥିଲା ।

Advertisment

ଆହୁରି ପଢନ୍ତୁ : Controversial Remark On Hindu Gods: ହିନ୍ଦୁ ଦେବତାଙ୍କୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ହଠାତ୍ ଜଣେ ମଦ୍ୟପ ଯୁବକ ସୁରକ୍ଷା ବଳୟ ଭେଦ କରି ମଞ୍ଚ ଉପରେ ପହଞ୍ଚିଥିଲେ। ସତର୍କ କମାଣ୍ଡୋମାନେ ତୁରନ୍ତ ଯୁବକକୁ ନିୟନ୍ତ୍ରଣ କରିଥିଲେ, ଯାହା ଫଳରେ କୌଣସି ଅପ୍ରୀତିକର ଘଟଣା ଘଟି ନ ଥିଲା। ପୁଲିସ ଏବେ ତାକୁ ଅଟକ ରଖିଛି ।

ଏସିପି ବିଦୁଷ ସକ୍ସେନା କହିଛନ୍ତି ଯେ ଗିରଫ ଯୁବକର ନାମ ଯୋଗିନ୍ଦର ଗୁପ୍ତା। ପ୍ରାରମ୍ଭିକ ପଚରାଉଚରାରୁ ଜଣାପଡିଛି ଯେ ଯୁବକ ଜଣକ ମାନସିକ ଭାବରେ ଅସ୍ଥିର ଏବଂ ତାର ଚିକିତ୍ସା ଚାଲିଛି। ତାଙ୍କ ପରିବାର ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ ପ୍ରାୟତଃ ମଦ୍ୟପାନ କରେ ଏବଂ ଏପରି ଆଚରଣ କରେ। ପରିବାର ପକ୍ଷରୁ କୁହାଯାଇଛି ଯେ  ମାନସିକ ରୋଗ ଯୋଗୁଁ ତାର ଚିକିତ୍ସା ଚାଲିଛି।

ଆହୁରି ପଢନ୍ତୁ : Admiral's Statement agitated PAK: ଆରବ ସାଗରରେ ବ୍ୟାଟେଲ୍ ଷ୍ଟ୍ରାଇକ୍ ଗ୍ରୁପ୍ ମୁତୟନ: ଅପରେସନ୍ ସିନ୍ଦୁର ନେଇ ଆଡମିରାଲଙ୍କ ମନ୍ତବ୍ୟ ନେଇ ପାକିସ୍ତାନ ଛାନିଆ

ଏସିପି କହିଛନ୍ତି ଯେ ଏ ସଂପର୍କରେ ଯୋଗିନ୍ଦରକୁ ଅଟକ ରଖି ପଚରା ଉଚୁରା କରାଯାଉଛି । ସେହିପରି ତା ଭାଇ ସହ ମଧ୍ୟ କଥାବାର୍ତ୍ତା କରାଯାଇଛି । ତେବେ ପୁଲିସ ଏବେ ତଦନ୍ତ କରୁଛି ଯେ ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ସେ ମଞ୍ଚ ଉପରେ ପହଞ୍ଚିଗଲା କିପରି ?