ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ

ଇସ୍ରାଏଲର ହାଇଫା ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଏକ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଲୋକଙ୍କ ଭିଡ଼ ଉପରେ ଜଣେ ବ୍ୟକ୍ତି ନିଜର କାର ଚଢାଇଦେଇଥିଲା। ଏହି ଆକ୍ରମଣରେ ଅତି କମରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

israel

ଜେରୁଜେଲମ: ଇସ୍ରାଏଲର ହାଇଫା ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଏକ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଲୋକଙ୍କ ଭିଡ଼ ଉପରେ ଜଣେ ବ୍ୟକ୍ତି ନିଜର କାର ଚଢାଇଦେଇଥିଲା। ଏହି ଆକ୍ରମଣରେ ଅତି କମରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଘଟଣା ପରେ ଘଟଣାସ୍ଥଳରେ ଆକ୍ରମଣକାରୀଙ୍କୁ ପୁଲିସ ଗୁଳି କରି ନିପାତ କରିଥିବା ପୁଲିସ କହିଛି। ଆକ୍ରମଣକାରୀ ଜଣକ ଜଣେ ୨୪ ବର୍ଷୀୟ ଆରବ ଇସ୍ରାଏଲି ବୋଲି ପୁଲିସ ପ୍ରଥମେ ଚିହ୍ନଟ କରିଥିଲା। ତେବେ ପରେ ଇସ୍ରାଏଲ ସୁରକ୍ଷା ଏଜେନ୍ସି ସିନବେଟ୍ କହିଛି ଯେ ସେ ଜଣେ ପାଲେଷ୍ଟାଇନ୍ ବ୍ୟକ୍ତି ଯିଏ କି ଜଣେ ଆରବ ଇସ୍ରାଏଲୀ ମହିଳାଙ୍କୁ ବିବାହ କରିଥିଲେ। ସେ ଇସ୍ରାଏଲରେ ରହୁଥିଲା ଏବଂ ତାର ପୂର୍ବରୁ କୌଣସି ଅପରାଧିକ କିମ୍ବା ସୁରକ୍ଷା ସଂପର୍କିତ ରେକର୍ଡ ନାହିଁ।

ଇସ୍ରାଏଲ ସୁରକ୍ଷା ଏଜେନ୍ସି ସିନବେଟ୍ କହିଛି ଯେ ସେ ଜଣେ ପାଲେଷ୍ଟାଇନ୍ ବ୍ୟକ୍ତି ଯିଏ କି ଜଣେ ଆରବ ଇସ୍ରାଏଲୀ ମହିଳାଙ୍କୁ ବିବାହ କରିଥିଲେ। ସେ ଇସ୍ରାଏଲରେ ରହୁଥିଲା ଏବଂ ତାର ପୂର୍ବରୁ କୌଣସି ଅପରାଧିକ କିମ୍ବା ସୁରକ୍ଷା ସଂପର୍କିତ ରେକର୍ଡ ନାହିଁ।

ପୁଲିସ ମୁଖପାତ୍ର ଇସ୍ରାଏଲ୍ ଚ୍ୟାନେଲ୍ ୧୨ ନ୍ୟୁଜ୍କୁ କହିଛନ୍ତି ଯେ 'ଆତଙ୍କବାଦୀକୁ ଗୁଳି କରି ହତ୍ୟା କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପ୍ରବକ୍ତା କହିଛନ୍ତି, କାରଟି ଦ୍ରୁତ ଗତିରେ ଆଗକୁ ଯାଇ କରକୁର ଛକରେ କିଛି ଲୋକଙ୍କୁ ଧକ୍କା ଦେଇଥିଲା। ଏହା ଏକ ବସ୍ ଷ୍ଟାଣ୍ଡ ସହ ଧକ୍କା ହୋଇଥିଲା। ସେଠାରୁ କାରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲା। ଏହା ନିକଟସ୍ଥ ପୁଲିସ କାର୍ ଆଡ଼କୁ ଦ୍ରୁତ ଗତିରେ ଧକ୍କା ଖାଇଥିଲା। କର୍ତ୍ତୃପକ୍ଷ ତାଙ୍କୁ ପିଛା କରିଥିଲେ। ତାଙ୍କୁ ଧରି ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe