There is a big difference between Modi's words and actions: Jairam Ramesh said after meeting Trump-Munir Photograph: (sambad.in)
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଭେଟିବାକୁ ଯାଉଛନ୍ତି। କଂଗ୍ରେସ ମହାସଚିବ ଏବଂ ସାଂସଦ ଜୟରାମ ରମେଶ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରମେଶ ଏହାକୁ ସରକାରଙ୍କ ବୈଦେଶିକ ନୀତିର ବିଫଳତା ବୋଲି କହି ପ୍ରଧାନମନ୍ତ୍ରୀଙ୍କ କଥା ଏବଂ କାମ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ,ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପାଞ୍ଚ ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି,। ସେ ଆମେରିକୀୟ ସେନାର ୨୫୦ ତମ ବାର୍ଷିକୀ ଅବସରରେ ଆୟୋଜିତ ପରେଡରେ ଯୋଗ ଦେଇଥିଲେ। ଟ୍ରମ୍ପ୍ ବୁଧବାର ମୁନିରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ଯାଉଛନ୍ତି। କଂଗ୍ରେସ ନେତାମାନେ ଏହାକୁ ନେଇ ସରକାରଙ୍କୁ ଘେରିବା ସହିତ ଏହା ଭାରତୀୟ ବୈଦେଶିକ ନୀତିର ବିଫଳତା ବୋଲି କହୁଛନ୍ତି।
ଜୟରାମ ରମେଶ ପଚାରିଲେ, ରାଷ୍ଟ୍ରପତି ଟ୍ରମ୍ପ୍ ଗୋଟିଏ ଦିନ ପୂର୍ବରୁ ଜି-୭ ଶିଖର ସମ୍ମିଳନୀ ଛାଡି ଚାଲିଗଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗନ କରିବାକୁ ମନା କରିଦେଇଥିଲେ? ରମେଶ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ୍ ନିଜେ ୧୪ ଥର ଦାବି କରିଛନ୍ତି, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିଛନ୍ତି।
ଅଧିକ ପଢ଼ନ୍ତୁ:ଆମେ ଭାରତର ବିଭାଜନ କରି ୧୯୭୧ ପରାଜୟର ପ୍ରତିଶୋଧ ନେବୁ: ଆମେରିକାରେ ବିଷ ଓଗାଳିଲେ ମୁନିର
ଯାହାର ଅର୍ଥ ହେଉଛି ସେ 'ଅପରେସନ ସିନ୍ଦୁର' ସମାପ୍ତ କରିଛନ୍ତି। ସେ କହିଛନ୍ତି, ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ କୁରିଲା ପାକିସ୍ତାନକୁ ଆତଙ୍କବାଦ ବିରୋଧୀ ଅଭିଯାନରେ ଏକ ଅଭୂତପୂର୍ବ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ରମେଶ ଦାବି କରିଛନ୍ତି, ଏହା ନମସ୍ତେ ଟ୍ରମ୍ପ୍ ଏବଂ ହାଉଡି ମୋଦୀଙ୍କ ପାଇଁ ଏକ ତୃତୀୟ ଝଟ୍କା।
ଅଧିକ ପଢ଼ନ୍ତୁ:ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର
jairam-ramesh | pm-narendra-modi | donald-trump | asim-munir
Follow Us