ମୋଦୀଙ୍କ କଥାରେ କାମରେ ବହୁ ପାର୍ଥକ୍ୟ: ଟ୍ରମ୍ପ-ମୁନିରଙ୍କ ସାକ୍ଷାତ ନେଇ କହିଲେ ଜୟରାମ ରମେଶ

କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ଜେନେରାଲ ଅସୀମ ମୁନିରଙ୍କ ମଧ୍ୟରେ ସାକ୍ଷାତକୁ ଭାରତୀୟ ବୈଦେଶିକ ନୀତିର ବିଫଳତା ବୋଲି କହିଛନ୍ତି। ସେ ଏନେଇ ସର୍ବଦଳୀୟ ବୈଠକ ଦାବି କରିଛନ୍ତି...

There is a big difference between Modi's words and actions: Jairam Ramesh said after meeting Trump-Munir

There is a big difference between Modi's words and actions: Jairam Ramesh said after meeting Trump-Munir Photograph: (sambad.in)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଭେଟିବାକୁ ଯାଉଛନ୍ତି। କଂଗ୍ରେସ ମହାସଚିବ ଏବଂ ସାଂସଦ ଜୟରାମ ରମେଶ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରମେଶ ଏହାକୁ ସରକାରଙ୍କ ବୈଦେଶିକ ନୀତିର ବିଫଳତା ବୋଲି କହି ପ୍ରଧାନମନ୍ତ୍ରୀଙ୍କ କଥା ଏବଂ କାମ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ,ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପାଞ୍ଚ ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି,। ସେ ଆମେରିକୀୟ ସେନାର ୨୫୦ ତମ ବାର୍ଷିକୀ ଅବସରରେ ଆୟୋଜିତ ପରେଡରେ ଯୋଗ ଦେଇଥିଲେ। ଟ୍ରମ୍ପ୍  ବୁଧବାର ମୁନିରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ଯାଉଛନ୍ତି। କଂଗ୍ରେସ ନେତାମାନେ ଏହାକୁ ନେଇ ସରକାରଙ୍କୁ ଘେରିବା ସହିତ ଏହା ଭାରତୀୟ ବୈଦେଶିକ ନୀତିର  ବିଫଳତା ବୋଲି କହୁଛନ୍ତି।

କଂଗ୍ରେସ ମହାସଚିବ ଅଭିଯୋଗ କରିଛନ୍ତି, ଭାରତୀୟ କୂଟନୀତି ଭାଙ୍ଗି ପଡୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ସେ କହିଛନ୍ତି, ଅସୀମ ମୁନିରଙ୍କ ଦ୍ୱାରା ନିଆଁରେ ଘିଅ ଢାଳିବା ପରି ଦିଆଯାଇଥିବା ମନ୍ତବ୍ୟ ସିଧାସଳଖ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ। ବୁଧବାର ଏହି ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଭୋଜନ ପାଇଁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଛି। ଆମର ପ୍ରତିନିଧିମଣ୍ଡଳ କେବଳ ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିପାରିଥିଲେ କିନ୍ତୁ ଅସୀମ ମୁନିର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

ସେ କହିଛନ୍ତି, ଆଜି ଖବର ଆସିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ୩୫ ମିନିଟ୍ ଧରି ଫୋନରେ କଥାବାର୍ତ୍ତା ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ୍ ଏହି କଥାବାର୍ତ୍ତା ବିଷୟରେ ଯାହା କହିଥିଲେ ଏବଂ ଆମକୁ ଯାହା କୁହାଯାଇଥିଲା ସେଥିରେ ବହୁତ ପାର୍ଥକ୍ୟ ଅଛି। ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଲେ, ପ୍ରଧାନମନ୍ତ୍ରୀ, ଆପଣ କାହିଁକି ଏକ ସର୍ବଦଳୀୟ ବୈଠକ ଡାକୁ ନାହାଁନ୍ତି? ଆପଣ ବିରୋଧୀଙ୍କୁ କାହିଁକି ଡାକୁ ନାହାଁନ୍ତି? ଆପଣ ସର୍ବଦଳୀୟ ବୈଠକରେ କହିବା ଉଚିତ୍ ଯେ, ଆପଣ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ କ'ଣ ଆଲୋଚନା କରିଛନ୍ତି?

ଜୟରାମ ରମେଶ ପଚାରିଲେ, ରାଷ୍ଟ୍ରପତି ଟ୍ରମ୍ପ୍ ଗୋଟିଏ ଦିନ ପୂର୍ବରୁ ଜି-୭ ଶିଖର ସମ୍ମିଳନୀ ଛାଡି ଚାଲିଗଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗନ କରିବାକୁ ମନା କରିଦେଇଥିଲେ? ରମେଶ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ୍ ନିଜେ ୧୪ ଥର ଦାବି କରିଛନ୍ତି, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିଛନ୍ତି।

ଅଧିକ ପଢ଼ନ୍ତୁ:ଆମେ ଭାରତର ବିଭାଜନ କରି ୧୯୭୧ ପରାଜୟର ପ୍ରତିଶୋଧ ନେବୁ: ଆମେରିକାରେ ବିଷ ଓଗାଳିଲେ ମୁନିର

ଯାହାର ଅର୍ଥ ହେଉଛି ସେ 'ଅପରେସନ ସିନ୍ଦୁର' ସମାପ୍ତ କରିଛନ୍ତି। ସେ କହିଛନ୍ତି, ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ କୁରିଲା ପାକିସ୍ତାନକୁ ଆତଙ୍କବାଦ ବିରୋଧୀ ଅଭିଯାନରେ ଏକ ଅଭୂତପୂର୍ବ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ରମେଶ ଦାବି କରିଛନ୍ତି, ଏହା ନମସ୍ତେ ଟ୍ରମ୍ପ୍ ଏବଂ ହାଉଡି ମୋଦୀଙ୍କ ପାଇଁ ଏକ ତୃତୀୟ ଝଟ୍‌କା। 

ଅଧିକ ପଢ଼ନ୍ତୁ:ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର

 jairam-ramesh | pm-narendra-modi | donald-trump | asim-munir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe