ଗଣମାଧ୍ୟମ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି: ଅନୁରାଗ

ଜାତୀୟ ପ୍ରସାରଣ ଦିବସ ସମାରୋହ

ଗଣମାଧ୍ୟମ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି: ଅନୁରାଗ

ନୂଆଦିଲ୍ଲୀ : ‘ୟେ ଆକାଶବାଣୀ ହୈ’- ଏହି ଅମର ଶବ୍ଦଗୁଡ଼ିକୁ ସବୁ ଭାରତୀୟ ଚିହ୍ନଟ କରି ପାରିବେ। ଶନିବାର ଦିନ ଆକାଶବାଣୀ ଭବନର ରଙ୍ଗ ଭବନ ସଭା ଗୃହରେ ଏହା ପୁନଃ ଗୁଞ୍ଜରିତ ହୋଇ ଉଠିଥିଲା, ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଦୋହରାଇଥିଲେ। ଏହି ଭଳି ପ୍ରାରମ୍ଭିକ ଶବ୍ଦ ଗୁଡିକ ଆଜି ଜାତୀୟ ପ୍ରସାରଣ ଦିବସ, ଯେଉଁ ଦିନ ଅଲ୍ ଇଣ୍ଡିଆ ରେଡିଓ ନିଜର ଯାତ୍ରା ଆରମ୍ଭ କରିଥିଲା ତାହାକୁ ସ୍ମରଣ କରାଇଥିଲା। ୧୯୨୭ରେ ଆକାଶବାଣୀ ଏହି ଦୀର୍ଘ ଓ ଚମତ୍କାର ଯାତ୍ରା ଆରମ୍ଭ କରିଥିଲା।

ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଯେତେବେଳେ କିଛି ଲୋକ ଅନୁମାନ କରିଥିଲେ, ଟେଲିଭିଜନ୍ ଓ ଇଂଟରନେଟ୍ ଆସିବା ପରେ ରେଡିଓର ଅସ୍ତିତ୍ୱ ବିପଦରେ ପଡିଯିବ, ସେତେବେଳେ ରେଡିଓ ନିଜର ଦର୍ଶକମାନଙ୍କୁ ଚିହ୍ନଟ କରି ନେଇଛି ଏବଂ ଏହାର ପ୍ରାସଙ୍ଗିକତା ଓ ବିଶ୍ୱସନୀୟତାକୁ ମଧ୍ୟ ବଜାୟ ରଖି ପାରିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଯେତେବେଳେ ଲୋକମାନେ ନିଷ୍ପକ୍ଷ ସମାଚାର ଶୁଣିବାକୁ ଚାହୁଛନ୍ତି, ସ୍ୱାଭାବିକ ଭାବରେ ଆକାଶବାଣୀ ଓ ଦୂରଦର୍ଶନର ଖବର ଶୁଣୁଛନ୍ତି। ମନ୍ତ୍ରୀ ଗଣମାଧ୍ୟମକୁ ସତର୍କ କରାଇ ଦେଇଥିଲେ ଯେ, ଯଦି କୌଣସି ସ୍ଥାନରେ ମିଡିଆ ଟ୍ରାୟଲ୍ସ (ଗଣମାଧ୍ୟମ ଦ୍ୱାରା ବିଚାର) ନାମରେ ଘରୋଇ ଗଣମାଧ୍ୟମଗୁଡିକ ସମ୍ପର୍କରେ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି, ତେବେ ଆମକୁ ନିଜର କାର୍ଯ୍ୟ ସମ୍ପର୍କରେ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି।

ଏହି ଅବସରରେ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମୟଙ୍କ ଅଗ୍ରୱାଲ ଆକାଶବାଣୀର ମହାନିର୍ଦ୍ଦେଶକ ଏନ୍ ବେଣୁଧର ରେଡ୍ଡୀ, ପ୍ରସାର ଭାରତୀ, ଦୂରଦର୍ଶନ ଓ ଆକାଶବାଣୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe