ଶୀତରେ କୋଭିଡ୍‌ର ଦ୍ବିତୀୟ ଲହର ଆଶଙ୍କା

ଜାରି ରହିଥିବା ସତର୍କତା ନୂଆ କରୋନାଭୂତାଣୁ ପାଇଁ ଯଥେଷ୍ଟ

Image Courtesy of New Indian Express

ନୂଆଦିଲ୍ଲୀ: ତିନି ସପ୍ତାହ ହେଲା ଦେଶରେ ନୂତନ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଲଗାତାର କମିବା ସହ କେତେକ ରାଜ୍ୟରେ ମହାମାରୀର ପ୍ରକୋପ ସ୍ଥିର ରହିଛି। ତଥାପି ଆଗାମୀ ଶୀତଋତୁରେ ସଂକ୍ରମଣର ଦ୍ବିତୀୟ ଲହର ଆଶଙ୍କାକୁ ଟାଳିଦିଆ ଯାଇନପାରେ ବୋଲି ନୀତି ଆୟୋଗ ସଦସ୍ୟ ତଥା ମହାମାରୀ ନିୟନ୍ତ୍ରଣ ପାଇଁ ବିଭିନ୍ନ କୌଶଳର ସମନ୍ବୟ ରଖୁଥିବା ବିଶେଷଜ୍ଞ କମିଟି ମୁଖ୍ୟ ଭି କେ ପଲ୍‌ କହିଛନ୍ତି। ଅପରପକ୍ଷେ, ଥରେ କୋଭିଡ୍‌ ଟିକାଟିଏ ଉପଲବ୍‌ଧ ହୋଇଗଲେ ତାହାର ଗଣପ୍ରସ୍ତୁତି ଓ ସର୍ବସାଧାରଣ ଯୋଗାଣ ପାଇଁ ଆମ ହାତରେ ଯଥେଷ୍ଟ ସମ୍ବଳ ରହିଛି ବୋଲି ପଲ୍‌ କହିଛନ୍ତି। ମୋଟାମୋଟି ଭାବେ ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଥିବା ବେଳେ କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସମେତ ତିନି ଚାରିଟି କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବେକାବୁ ହୋଇ ରହିଛି।

ତେବେ ଭାରତ ସମ୍ପ୍ରତି ଉତ୍ତମ ସ୍ଥିତିରେ ରହିଥିଲେ ହେଁ ଅଦ୍ୟାବଧି ୯୦ ପ୍ରତିଶତ ଦେଶବାସୀ ସଂକ୍ରମଣଶୀଳ ରହିଥିବାରୁ ଆମକୁ ଆହୁରି ଅନେକ କିଛି କରିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି ଯୁରୋପୀୟ ଦେଶଗୁଡ଼ିକରେ ଶୀତଋତୁ ଆସୁ ଆସୁ କୋଭିଡ୍‌ ସଂକ୍ରମିତ ମାମଲା ବଢ଼ିଥିବାରୁ ଭାରତରେ ମଧ୍ୟ ଆଗାମୀ ଶୀତଦିନେ ଅନୁରୂପ ଭାବେ କୋଭିଡ୍‌ର ଦ୍ବିତୀୟ ଢେଉ ଆଶଙ୍କାକୁ ଟାଳିଦେଇ ହେବନାହିଁ ବୋଲି ପଲ୍‌ କହିଛନ୍ତି। ଏପରି ଅନେକ କିଛି ଘଟିବାର ଅଛି ଏବଂ ଆମେ ଏହି ଅଭିନବ କରୋନାଭୂତାଣୁ ସମ୍ପର୍କରେ ନୂଆ ନୂଆ ଜ୍ଞାନ ଆହରଣ କରୁଛୁ ବୋଲି ସେ ଆଶ୍ବସ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe