ରୁଷ୍‌ର ଯୁଦ୍ଧ ଅପରାଧ ନେଇ ପ୍ରମାଣ ଅଛି: ଆମେରିକା

Advertisment
ରୁଷ୍‌ର ଯୁଦ୍ଧ ଅପରାଧ ନେଇ ପ୍ରମାଣ ଅଛି: ଆମେରିକା

USA Today

ୱାସିଂଟନ: ୟୁ‌କ୍ରେନ୍‌ରେ ରୁଷ୍‌ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଅପରାଧ ଘଟାଇ ଚାଲିଛି ଏବଂ ଏହାର ବଳିଷ୍ଠ ପ୍ରମାଣ ମିଳିଛି ବୋଲି ଆମେରିକା ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଏ ବାବଦରେ ମାନବାଧିକାର ସଂଗଠନ ଏବଂ ଜାତିସଂଘ ଦ୍ବାରା ଯଥାରୀତି ତଦନ୍ତ ହେବ ବୋଲି ସେ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସହ ବ୍ଲିଙ୍କେନ ଆସନ୍ତା ମଙ୍ଗଳବାର ଆଲୋଚନା କରିବେ ଏବଂ ରୁଷ୍‌ର ଆକ୍ରମଣ ରୋକିବାକୁ କେତେକ ଜରୁରୀ ପଦକ୍ଷେପ ସଂପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ୟୁକ୍ରେନ୍‌ରୁ ଏବେ ବହୁ ସଂଖ୍ୟାରେ ଶରଣାର୍ଥୀ ପଡ଼ୋଶୀ ଦେଶମାନଙ୍କୁ ଯାଉଥିବାରୁ ଉକ୍ତ ଦେଶଗୁଡ଼ିକୁ ରୁଷ୍‌ର ଆକ୍ରୋଶରୁ ସୁରକ୍ଷା ଦେବାକୁ ଆମେରିକା ଯୋଜନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe