‘ମାଗଣା ଯୋଜନା’ ନିମନ୍ତେ ଅର୍ଥ ଅଛି, ବିଚାରପତିଙ୍କ ଦରମା ପାଇଁ ଅଭାବ: ସୁପ୍ରିମକୋର୍ଟ

Advertisment

ରାଜ୍ୟ ସରକାରଗୁଡ଼ିକ ନିକଟରେ ‘ମାଗଣା ଯୋଜନା’ ନିମନ୍ତେ ଟଙ୍କା ଯୋଗାଡ଼ ହୋଇପାରୁଛି, କିନ୍ତୁ ବିଚାରପତିଙ୍କ ଦରମା, ଭତ୍ତା ପ୍ରଦାନ କରିବା ବେଳେ ଅଭାବ ରହୁଛି।  ଜିଲ୍ଲା ଜଜ୍‌ ଓ ଅନ୍ୟ ନିମ୍ନ ଅଦାଲତର ବିଚାରପତିଙ୍କ

ରାଜ୍ୟ ସରକାରଗୁଡ଼ିକ ନିକଟରେ ‘ମାଗଣା ଯୋଜନା’ ନିମନ୍ତେ ଟଙ୍କା ଯୋଗାଡ଼ ହୋଇପାରୁଛି, କିନ୍ତୁ ବିଚାରପତିଙ୍କ ଦରମା, ଭତ୍ତା ପ୍ରଦାନ କରିବା ବେଳେ ଅଭାବ ରହୁଛି।  ଜିଲ୍ଲା ଜଜ୍‌ ଓ ଅନ୍ୟ ନିମ୍ନ ଅଦାଲତର ବିଚାରପତିଙ୍କ

supreme court1

ନୂଆଦିଲ୍ଲୀ: ରାଜ୍ୟ ସରକାରଗୁଡ଼ିକ ନିକଟରେ ‘ମାଗଣା ଯୋଜନା’ ନିମନ୍ତେ ଟଙ୍କା ଯୋଗାଡ଼ ହୋଇପାରୁଛି, କିନ୍ତୁ ବିଚାରପତିଙ୍କ ଦରମା, ଭତ୍ତା ପ୍ରଦାନ କରିବା ବେଳେ ଅଭାବ ରହୁଛି।  ଜିଲ୍ଲା ଜଜ୍‌ ଓ ଅନ୍ୟ ନିମ୍ନ ଅଦାଲତର ବିଚାରପତିଙ୍କ ଅବସରକାଳୀନ ଭତ୍ତା ଆଦି ପ୍ରଦାନରେ ଟାଳଟୁଳ ନୀତିକୁ ନେଇ ଦାଏର ଏକ ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ଏଭଳି କଟାକ୍ଷ କରିଛନ୍ତି। ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ ୨୦୧୫ରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଏହାର ଶୁଣାଣି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ବିଚାରପତି ବିଆର୍‌ ଗୱାଇ ଏବଂ ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କାମ କରୁନଥିବା ଲୋକଙ୍କ ପାଇଁ ମାଗଣା ଯୋଜନାରେ ଅର୍ଥର ଅଭାବ ନଥିବା ବେଳେ ବିଚାରପତିଙ୍କ ଦରମା ଓ ଭତ୍ତା କ୍ଷେତ୍ରରେ ଅଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ଆଟର୍ନି ଜେନେରାଲ୍‌ ଆର୍‌ ଭେଙ୍କେଟରମଣୀ କହିଥିଲେ, ନ୍ୟାୟିକ ଅଧିକାରୀଙ୍କ ଦରମା, ଭତ୍ତା ଆଦି ପ୍ରଦାନ କରିବା ସମୟରେ ଆର୍ଥିକ କଟକଣା ଓ ସୀମାକୁ ବିଚାରକୁ ନିଆଯାଇଥାଏ। ଏହାର ପ୍ରତିକ୍ରିୟାରେ ଖଣ୍ଡପୀଠ କହିଥିଲେ,  ନିର୍ବାଚନ ଆସିଲେ ଅନେକ ମାଗଣା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ଅର୍ଥ ବରାଦ ହୋଇପାରୁଛି। ଦିଲ୍ଲୀରେ ଦୁଇଟି ଦଳ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ କ୍ଷମତାକୁ ଆସିଲେ ୨୫ଶହ ଟଙ୍କା ପ୍ରଦାନ କରିବେ ବୋଲି ଶୁଣିବାକୁ ମିଳୁଛି। ମହାରାଷ୍ଟ୍ରରେ ‘ଲାଡ୍‌ଲୀ ବେହେନା’ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିରେ ଆଟର୍ନି ଜେନେରାଲ କହିଥିଲେ, ଏଭଳି ‘ମାଗଣା ଯୋଜନା’ କାର୍ଯ୍ୟକାରୀ କରାଯିବା ସମୟରେ ମଧ୍ୟ ବିତ୍ତୀୟ ବୋଝ ଉପରେ ଧ୍ୟାନ ରଖିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe