image-dna
ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏଆଇଏମଆଇଏମର ଅଧ୍ୟକ୍ଷ ତଥା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କୁ କଡା ସମାଲୋଚନା କରିବାପରେ ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡର ଅଧ୍ୟକ୍ଷ ୱାସିମ ରିଜଭି କଟୁ ଭାଷାରେ ତାଙ୍କୁ ସମାଲୋଚନା କରିଛନ୍ତି। ସେ ଅସଦୁଦ୍ଦିନଙ୍କୁ ଆଇଏସ ମୁଖ୍ୟ ବାଗଦାଦୀ ସହ ତୁଳନା କରିବାକୁ ବି ପଛେଇ ନାହାନ୍ତି ।
ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପୂର୍ବତନ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ଓ ଅସଦୁଦ୍ଦିନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ ବୋଲି ୱାସିମ ରିଜଭି କହିଛନ୍ତି। ଉଭୟ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି । ୱାସିମ ରିଜଭି ଆହୁରି ମଧ୍ୟ କହିଛନ୍ତି ଯେ, ମୁସଲିମ ପର୍ସନାଲ ଲ ବୋର୍ଡ ଓ ଓୱେସୀଙ୍କ ଉପରେ ନିଷେଧାଜ୍ଞାଜାରି କରାଯିବା ଆବଶ୍ୟକ । ଖାଲି ସେତିକି ନୁହେଁ ସେ ସେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିବା ସହ ସହ ଏହାଠୁ ଆଉ କିଛି ଭଲ ରାୟ ନଥିବା କହିଛନ୍ତି ୱାସିମ ରିଜଭି ।
ସୂଚନାଯୋଗ୍ୟ,କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏଆଇଏମଆଇଏମର ଅଧ୍ୟକ୍ଷ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ ଦ୍ବତୀୟ ଜାକିର ନାଏକ ହେବାକୁ ଯାଉଛନ୍ତି ବୋଲି କହିଥିଲେ।
Follow Us