କୁତବ ମୀନାର ପରିସରରେ ମନ୍ଦିର ଭାଙ୍ଗି ମସ୍‌ଜିଦ ନିର୍ମାଣ ହୋଇଥିବା ପ୍ରମାଣ ନାହିଁ: ଏଏସ୍‌ଆଇ

Advertisment
କୁତବ ମୀନାର ପରିସରରେ ମନ୍ଦିର ଭାଙ୍ଗି ମସ୍‌ଜିଦ ନିର୍ମାଣ ହୋଇଥିବା ପ୍ରମାଣ ନାହିଁ: ଏଏସ୍‌ଆଇ

photo-the statesman

ନୂଆଦିଲ୍ଲୀ: କୁତୁବ ମୀନାର ପରିସରରେ ଥିବା ମସ୍‌ଜିଦ କୌଣସି ମନ୍ଦିରକୁ ଭାଙ୍ଗି ନିର୍ମାଣ ହୋଇଥିବା ନେଇ ପ୍ରମାଣ ନାହିଁ ବୋଲି ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସ୍‌ଆଇ) ଆଜି କୋର୍ଟରେ କହିଛି। ଏଏସ୍‌ଆଇ କହିଛି ଯେ ଲୁହା ସ୍ତମ୍ଭ ଏବଂ ମନ୍ଦିରର ଅବଶିଷ୍ଟାଂଶ ମୂଳ ସ୍ଥାନରେ ଅଛି ନା ବାହାରୁ ଅଣାଯାଇଛି ତାହା ସ୍ପଷ୍ଟ କରିବାର ପ୍ରମାଣ ନାହିଁ। କୁତୁବ ମୀନାର ଏକ ସ୍ମାରକ ଏବଂ ସେଠାରେ କୌଣସି ଧର୍ମର ପୂଜାପାଠ ପାଇଁ ସ୍ଥାନ ନାହିଁ। ୧୯୧୪ ମସିହାରୁ କୁତୁବ ମୀନାର ଏକ ସଂରକ୍ଷିତ ସ୍ମାରକୀ ଅଟେ। ଏହାର ସଂରଚନା ବର୍ତ୍ତମାନ ପରିବର୍ତ୍ତନ ହୋଇପାରିବ ନାହିଁ। ଏହାପୂର୍ବରୁ ଏଏସ୍‌ଆଇ କୁତୁବ ମୀନାର ପରିସରରେ ଖନନ କରି ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ହୋଇଥିବା ନିବେଦନକୁ ବିରୋଧ କରିଥିଲା। ଅଦାଲତ ଏହି ମାମଲାରେ କହିଛନ୍ତି ଯେ ଯେଉଁଠି ୮୦୦ ବର୍ଷ ଧରି ଯଦି କୌଣସି ପୂଜାପାଠ ହୋଇନାହିଁ ତା’ହେଲେ ସେହି ସ୍ଥିତି ଜାରି ରହିବାକୁ ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe