କୋଭିଡ୍ ସଂକ୍ରମଣରୁ ଶୀଘ୍ର ନିସ୍ତାର ମିଳିବନି, କରୋନାଭୂତାଣୁ ପାଇଁ ଗୋଷ୍ଠୀ ପ୍ରତିରୋଧ କ୍ଷମତାଠାରୁ ବିଶ୍ବ ବହୁ ଦୂରରେ

କୋଭିଡ୍ ସଂକ୍ରମଣରୁ ଶୀଘ୍ର ନିସ୍ତାର ମିଳିବନି, କରୋନାଭୂତାଣୁ ପାଇଁ ଗୋଷ୍ଠୀ ପ୍ରତିରୋଧ କ୍ଷମତାଠାରୁ ବିଶ୍ବ ବହୁ ଦୂରରେ

India Today

ନ୍ୟୁୟର୍କ: ମହାମାରୀ କରୋନାଭୂତାଣୁର ସତ୍ତା ବିଲୀନ ହେବାକୁ ଆହୁରି ଯଥେଷ୍ଟ ଦିନ ବାକି ରହିଛିା ବିଶ୍ବରେ ସମ୍ପ୍ରତି କିପରି ଏବଂ କେତେ ଲୋକ ସାର୍ସ–କୋଭ୍–୨ ଦ୍ବାରା ସଂକ୍ରମିତ ହୋଇଛନ୍ତି, ତାହାର ଏକ ପରିମାଣାତ୍ମକ ନିର୍ଦ୍ଧାରଣ ପାଇଁ ଗବେଷଣା ଜାରି ରଖିଥିବା ଏକ ଅଭିନବ ସବେର୍କ୍ଷଣରୁ ଏଭଳି ବାର୍ତ୍ତା ମିଳିଛିା ସାଧାରଣତଃ ବିଭିନ୍ନ ରାଷ୍ଟ୍ରରେ ସରକାରୀ ଭାବେ ଗଣନା କରାଯାଉଥିବା ସଂକ୍ରମିତଙ୍କ ସଂଖ୍ୟା ବେଳେ ବେଳେ ବାସ୍ତବ ରୂପରେଖକୁ ଅଣଦେଖା କରୁଥିବାର ନଜିର ରହିଛିା ତେବେ ହାର୍ଭାର୍ଡ ଟିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ଗବେଷକମାନଙ୍କ ଦ୍ବାରା ପରିଚାଳିତ ଏହି ନୂତନ ଅନୁଧ୍ୟାନରେ ବିକ୍ଷିପ୍ତ ଭାବେ ସାମିଲ କରାଯାଇଥିବା ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟାକୁ ବିଚାରକୁ ନେଲେ ତଥାପି ତାହା ସମୁଦାୟ ଲୋକସଂଖ୍ୟାର ଦଶ ପ୍ରତିଶତରୁ କମ୍ ହେବ ବୋଲି ଜଣାଯାଇଛିା ଏହି ସଂଖ୍ୟା ଗୋଷ୍ଠୀ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୀମାର କିଛି ଅଂଶ ମାତ୍ର ବୋଲି ବିବେଚନା କରାଯାଉଛିା

ସୂଚନା ଥାଉ କି, ଗୋଷ୍ଠୀ ପ୍ରତିରୋଧକ୍ଷମତା ଏଭଳି ଏକ ସୀମାରେଖା ଯାହାକୁ କୌଣସି ସଂକ୍ରମଣ ଅତିକ୍ରମ କରିପାରିବ ନାହିଁ ବା ତାହାରି ଭିତରେ ହିଁ ରହିବା ତେବେ ଅଭିନବ କରୋନାଭୂତାଣୁ ପାଇଁ ଏହି ସୀମାରେଖା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିିନଥିବା ବେଳେ କେହି କେହି ଏହା ମୋଟ ଲୋକସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ହେବ ବୋଲି ବିଚାର କରୁଛନ୍ତିା କାରଣ କରୋନାଭୂତାଣୁ ଦ୍ବାରା ବିଶ୍ବର ସର୍ବାଧିକ ପ୍ରଭାବିତ ହୋଇଥିବା ସହରରେ ମଧ୍ୟ ସିଂହଭାଗ ଲୋକ ତଥାପି ସଂକ୍ରମଣପ୍ରବଣ ବୋଲି ଅନୁଧ୍ୟାନରେ କୁହାଯାଇଛିା ନୂତନ ରୋଗ କୋଭିଡ୍–୧୯ ପାଇଁ ଗୋଷ୍ଠୀ ପ୍ରତିରୋଧକ୍ଷମତା ସୀମାରେଖା ଧାର୍ଯ୍ୟ ହୋଇନଥିଲେ ହେଁ ମୋଟ ଜନସଂଖ୍ୟାର ୬୦ରୁ ୮୦ ପ୍ରତିଶତ ଲୋକ ସଂକ୍ରମିତ ହେବା ପରେ ତାହା ସମ୍ଭବ ବୋଲି ଅନେକ ଭୂତାଣୁ ବିଶେଷଜ୍ଞ ଅନୁମାନ କରୁଛନ୍ତିା ତେଣୁ କରୋନାଭୂତାଣୁ ସଂକ୍ରମଣରୁ ଏତେ ଶୀଘ୍ର ଆମକୁ ନିସ୍ତାର ମିଳିବ ନାହିଁ ବୋଲି ମାଇକେଲ୍ ମିନା ସତର୍କ କରାଇଦେଇଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe