The Sentinel Assam
ନୂଆଦିଲ୍ଲୀ : ଭୁବନେଶ୍ବରରେ ଆୟୁଷ ବିଶ୍ବବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ନାହିଁ। ଆଜି ରାଜ୍ୟସଭାରେ ବିଜେଡ ସାଂସଦ ସୁଜିତ କୁମାରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। କେନ୍ଦ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ ଛତିଶଗଡ଼, ଉତ୍ତରପ୍ରଦେଶ ଓ ହରିୟାଣାରେ ଆୟୁଷ ବିଶ୍ବବିଦ୍ୟାଳୟ ଏବଂ ଗୁଜରାଟ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ପଞ୍ଜାବରେ ସରକାରୀ ଆୟୁର୍ବେଦ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଛି।
Follow Us