ଦ୍ବିତୀୟ ସେମି ପାଇଁ ସଂରକ୍ଷିତ ଦିବସ ନାହିଁ

ଦ୍ବିତୀୟ ସେମି ପାଇଁ ସଂରକ୍ଷିତ ଦିବସ ନାହିଁ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ସଂରକ୍ଷିତ ଦିବସ ନାହିଁ। ଆଇସିସି ଓ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ (ସିଡବ୍‌ଲ୍ୟୁଆଇ) ଏହି ମ୍ୟାଚ୍‌କୁ ଶେଷ କରିବା ପାଇଁ ଅତିରିକ୍ତ ୨୫୦ ମିନିଟ୍‌ ରଖିଛନ୍ତି। ବିଶ୍ବକପ୍‌ରେ ପ୍ରଥମ ସେମିଫାଇନାଲ୍‌ ଜୁନ୍‌ ୨୬ ତାରିଖରେ ତ୍ରିନିଦାଦ୍‌ରେ ‌ସ୍ଥାନୀୟ ସମୟ ରାତି ୮.୩୦ (ଭାରତୀୟ ସମୟ ଜୁନ ୨୭ ସକାଳ ୬ଟା)ରେ ଖେଳାଯିବ। ଆୟୋଜକ ଏହି ମ୍ୟାଚ୍‌ ପାଇଁ ଗୋଟିଏ ସଂରକ୍ଷିତ ଦିବସ ରଖିଛନ୍ତି। କିନ୍ତୁ ଗାଏନାରେ ୨୭ ତାରିଖରେ ସ୍ଥାନୀୟ ସମୟ ସକାଳ ୧୦.୩୦ (ଭାରତୀୟ ସମୟ ରାତି ୮.୩୦) ରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍‌ ପାଇଁ କୌଣସି ସଂରକ୍ଷିତ ଦିନ ରଖାଯାଇନି। ଫଳରେ ମ୍ୟାଚ୍‌ ଦିନ ହିଁ ଖେଳ ଶେଷ କରିବାକୁ ହେବ।

ଯଦି ବର୍ଷା ଯୋଗୁଁ ଖେଳ ନିର୍ଧାରିତ ସମୟରେ ଶେଷ ହୋଇ ନପାରେ, ତାହେଲେ ଅମ୍ପାୟାରଙ୍କ ହାତରେ ମୋଟ୍‌ ଉପରେ ପାଖାପାଖି ୮ଘଣ୍ଟା ସମୟ ରହିବ। ଏପରି କରାଯିବା ପ‌ଛରେ ଫାଇନାଲ୍‌ ଯାଉଥିବା ଦଳର ଗସ୍ତ ପ୍ରଭାବିତ ନହେବ ତାହାକୁ ବିଚାର କରାଯାଇଛି। ଜୁନ୍‌ ୨୯ ତାରିଖରେ ଫାଇନାଲ୍‌ ଥିବାରୁ ୨୮ ତାରିଖରେ ବି‌ଜୟୀ ଦଳ ବାର୍ବାଡସ୍‌ ଯିବ। ଯଦି ସଂରକ୍ଷିତ ସମୟକୁ ଖେଳ ଚାଲିଯାଏ, ତାହେଲେ ‌ଦ୍ବିତୀୟ ସେମିଫାଇନାଲ୍‌ ବିଜୟୀ ଦଳକୁ ଫାଇନାଲ୍‌ ଖେଳିବା ପୂର୍ବରୁ ଆଉ ଅଧିକ ବିଶ୍ରାମ ମିଳିପାରିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe