ରାଜ୍ୟମାନଙ୍କୁ କେନ୍ଦ୍ରର ତାଗିଦ: ଟିକା ଅଭାବ ନାହିଁ, ଅଯଥା ଭୟ ସୃଷ୍ଟି କରନାହିଁ

Advertisment

ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟର ଅଭିଯୋଗ ନିନ୍ଦନୀୟ

ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟର ଅଭିଯୋଗ ନିନ୍ଦନୀୟ

କରୋନା ଦ୍ବିତୀୟ ଲହରକୁ ମୁକାବିଲା କରିବା କେମିତି?

Image Courtesy of One India

ନୂଆଦିଲ୍ଲୀ : ଦେଶରେ ଟିକା ଅଭାବ ଦେଖା ଦେଇଥିବା ନେଇ ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏକ ବିବୃତି ରଖି ହର୍ଷବର୍ଦ୍ଧନ କହିଛନ୍ତି, କିଛି ରାଜ୍ୟ ଟିକା ଅଭାବ ନେଇ ଯେଉଁ ଦାୟିତ୍ବହୀନ ମନ୍ତବ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଲୋକମାନଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି ନ କରିବାପାଇଁ ସେ କହିଛନ୍ତି। ତେବେ କିଛି ରାଜନେତା ଟିକାକୁ ନେଇ ଯେଉଁ ମନ୍ତବ୍ୟ ରଖୁଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଟିକା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଦାବି ରଖିଛନ୍ତି ସେହି ପରିପ୍ରେକ୍ଷୀରେ ହର୍ଷବର୍ଦ୍ଧନ ଏହା କହିଛନ୍ତି। ଆଜି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ରାଜ୍ୟରେ ଟିକା ଅଭାବ ଥିବା କହିଥିଲେ। ରାଜ୍ୟରେ ଯେତିକି ଷ୍ଟକ୍‌ ଟିକା‌ ଅଛି ତାହା ମାତ୍ର ୩ ଦିନରେ ସରିଯିବ ବୋଲି ଟୋପେ କହିଥିଲେ। ମହାରାଷ୍ଟ୍ର ସରକାର କରୋନାକୁ ଯେଭଳି ପରିଚାଳନା‌ କରିଛନ୍ତି ତାହାକୁ କଡ଼ା ନିନ୍ଦା କରିଛନ୍ତି ହର୍ଷବର୍ଦ୍ଧନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe