ଆସନ୍ତା ମାସରୁ ଶିଶୁଙ୍କୁ ଟିକାକରଣ କାର୍ଯ୍ୟକ୍ରମ ହୋଇପାରେ: ସ୍ବାସ୍ଥ୍ୟମନ୍ତ୍ରୀ

୫୩ ସ୍କୁଲ ଛାତ୍ରୀଙ୍କୁ କରୋନା: ସମସ୍ତ ଆକ୍ରାନ୍ତ ୬-୧୦ ଶ୍ରେଣୀର, ହଷ୍ଟେଲରେ ରହୁଥିଲେ

Al Jazeera

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶରେ ଶିଶୁଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଆଜି ବିଜେପି ସଂସଦୀୟ ଦଳ ବୈଠକରେ ଏହି ସୂଚନା ରଖିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ମଣ୍ଡଭିୟା କହିଛନ୍ତି, ଆସନ୍ତା ମାସରୁ ଆମେ ଶିଶୁଙ୍କ ପାଇଁ ଟିକାକରଣ ଆରମ୍ଭ କରିପାରୁ। ଏବେ ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଖୁବ୍‌ଶୀଘ୍ର ଶିଶୁଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ଆଗକୁ ତୃତୀୟ ଲହର ଆସୁଥିବା ‌ବେଳେ ସଂକ୍ରମଣର ଚେନ୍‌ ଭାଙ୍ଗିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ବା‌‌ୟୋଟେକ୍‌ର କୋଭାକ୍ସିନ୍‌ ଏବଂ ଜାଇଡସ୍‌ କାଡିଲା ଏବ‌େ ଶିଶୁଙ୍କ ପାଇଁ ଟିକା ପରୀକ୍ଷଣ କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ଏହାର ଫଳ ଆ‌ସିଯିବ ଏବଂ ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଏମ୍ସ ମୁଖ୍ୟ ଡାକ୍ତର ଗୁଲେରିଆ କହିଥିଲେ। ଦେଶରେ ଏଯାବତ୍‌ ୪୪ କୋଟିରୁ ଊର୍ଦ୍ଧ୍ବ ଡୋଜ୍‌ ଦିଆସରିଛି। ଚଳିତବର୍ଷ ଶେଷ ସୁଦ୍ଧା ସରକାର ବୟସ୍କମାନଙ୍କ ଟିକାକରଣ ସାରିବା ପାଇଁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe