ଡିଜିଟାଲ ମିଡିଆ ନିୟନ୍ତ୍ରଣ ପାଇଁ ବିଲ୍‌ ଆସିବ

ଡିଜିଟାଲ ମିଡିଆ ନିୟନ୍ତ୍ରଣ ପାଇଁ ବିଲ୍‌ ଆସିବ

DigitalLEARNING Magazine - Elets Technomedia

ନୂଆଦିଲ୍ଲୀ: ମିଡିଆ ପଂଜୀକରଣ ପାଇଁ ଭାରତ ସରକାର ଏକ ନୂଆ ଆଇନ ଆଣିବେ। ପ୍ରଥମ ଥର ପାଇଁ ଡିଜିଟାଲ ମିଡିଆକୁ ମଧ୍ୟ ଏଥିରେ ସାମିଲ କରାଯିବ। ପୂର୍ବରୁ ଡିଜିଟାଲ ମିଡିଆ କୌଣସି ସରକାରୀ ନିୟାମକ ବ୍ୟବସ୍ଥାର ଅଂଶ ନଥିଲା। ଏ ବାବଦ ବିଲ୍‌ ଗୃହୀତ ହେଲେ ଡିଜିଟାଲ ନ୍ୟୁଜ୍‌ ସାଇଟ୍‌କୁ ନୀତି ଉଲ୍ଲଂଘନ ମାମଲାରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ଆଇନ ଉଲ୍ଲଂଘନ କ୍ଷେତ୍ରରେ ସଂପୃକ୍ତ ଡିଜିଟାଲ ମିଡିଆର ପଂଜୀକରଣ ରଦ୍ଦ ହେବା ସହ ଜୋରିମାନା ମଧ୍ୟ ଲାଗୁ ହୋଇପାରେ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ‘ପ୍ରେସ୍‌ ଆଣ୍ଡ୍‌ ପରିୟଡିକାଲ୍ସ ବିଲ’ର ପଂଜୀକରଣରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ଏହାର ଅଧୀନରେ ଯେ କୌଣସି ବୈଦ୍ୟୁତିକ ମାଧ୍ୟମ ଜରିଆରେ ଡିଜିଟାଲ ମିଡିଆର ଖବରକୁ ମଧ୍ୟ ସାମିଲ କରାଯାଇଛି । ଡିଜିଟାଲ ଖବର ପ୍ରକାଶକଙ୍କୁ ପଂଜୀକରଣ ପାଇଁ ଆବେଦନ କରିବାକୁ ପଡ଼ିବ ଏବଂ ଆଇନ ଲାଗୁ ହେବାର ୯୦ ଦିନ ଭିତରେ ଏହା କରିବାକୁ ହେବ । ଡିଜିଟାଲ ମିଡିଆ ପୂର୍ବରୁ କୌଣସି ଆଇନ ନିୟନ୍ତ୍ରଣରେ ନଥିବାରୁ ଏ କ୍ଷେତ୍ରରେ ଅନେକ ବିଭ୍ରାଟ ଦେଖିବାକୁ ମିଳିଥିଲା ଏବଂ ଏ ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଥିଲେ। ୨୦୧୯ରେ କେନ୍ଦ୍ର ସରକାର ଏକ ଚିଠା ବିଲ୍‌ ଉପସ୍ଥାପନ କରି ଡିଜିଟାଲ ମିଡିଆରେ ଖବର ପ୍ରସାରଣର ରୂପରେଖ ଏବଂ ଏହାର ମାଧ୍ୟମ ସଂପର୍କରେ ସ୍ପଷ୍ଟ କରିଥିଲେ। ଇଣ୍ଟରନେଟ୍‌, କମ୍ପ୍ୟୁଟର ଏବଂ ମୋବାଇଲ ନେଟ୍‌ୱର୍କରେ ପ୍ରସାରିତ ଖବର, ଅଡିଓ, ଭିଡିଓ ଏବଂ ଗ୍ରାଫିକ୍ସକୁ ଏଥିରେ ଅନ୍ତୁର୍ଭକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe