Image Courtesy of India Today
ଇସ୍ଲାମାବାଦ: ପାକିସ୍ତାନରେ ଗଣତନ୍ତ୍ର ଏବେ ବିପନ୍ନ ହୋଇଯାଇଛି। ଖୁବ୍ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ନହେଲେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯିବ ଏବଂ ଏଥିଯୋଗୁଁ ଦେଶ ୩ ଭାଗ ହୋଇଯିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି। ଏକ ଟିଭି ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ପାକିସ୍ତାନ ଏବେ ଅତି ଜଟିଳ ସମୟ ଦେଇ ଗତି କରୁଛି ଏବଂ ଏହାର ପ୍ରତିକାର ପାଇଁ ପଦକ୍ଷେପ ନନେଲେ ଦେଶ ୩ ଖଣ୍ଡ ହୋଇଯିବ। ଭାରତ ଏବେ ବଲୁଚିସ୍ତାନକୁ ଅଲଗା କରିବା ପାଇଁ ଯୋଜନା କରୁଛି ଏବଂ ଏହାକୁ ରୋକିବା ପାଇଁ ପାକିସ୍ତାନର କୌଣସି ଯୋଜନା ନାହିଁ। ପାକିସ୍ତାନ ସଠିକ୍ ନିଷ୍ପତ୍ତି ନନେଲେ ଏହାର ପରମାଣୁ ବୋମା ମଧ୍ୟ ହାତରୁ ଚାଲିଯିବ ଏବଂ ୟୁକ୍ରେନ୍ ଭଳି ଦଶା ଭୋଗିବାକୁ ହେବ ବୋଲି ଇମ୍ରାନ ଚେତାବନୀ ଦେଇଛନ୍ତି। ସେନା ଏବେ ସଠିକ୍ ନିଷ୍ପତ୍ତି ନେଇପାରୁ ନାହିଁ ଏବଂ ଏହି କାରଣରୁ ହିଁ ଆଗକୁ ଦେଶ ପାଇଁ ବଡ଼ ବିପତ୍ତି ଆସୁଛି ବୋଲି ସେ କହିଛନ୍ତି। ବଲୁଚସ୍ତାନକୁ ଭାରତ ସ୍ବତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ମାତ୍ରେ ଦେଶ ୩ ଖଣ୍ଡ ହୋଇଯିବ ବୋଲି ଇମ୍ରାନ କହିଛନ୍ତି।
Follow Us