ଗାଜାରେ ହେବ ମୃତ୍ୟୁର ତାଣ୍ଡବ: ଆମେରିକାର ଯୋଜନା ପ୍ରସ୍ତୁତ,ଇସ୍ରାଏଲକୁ ୬.୪ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇବ

ଇସ୍ରାଏଲ ଆମେରିକା ଅସ୍ତ୍ରଶସ୍ତ୍ର ଚୁକ୍ତି ପ୍ରସ୍ତାବରେ ୬.୪ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ଅନ୍ତର୍ଭୁକ୍ତ ରହିଛି। ଯେଉଁଥିରେ ୩୦ ଆପାଚେ ହେଲିକପ୍ଟର ଏବଂ ୩.୨୫୦ ପଦାତିକ ଯାନ ସାମିଲ ଅଛି....

There will be a death toll in Gaza!: America's plan is ready, it will provide Israel with weapons worth 6.4 billion dollars

There will be a death toll in Gaza!: America's plan is ready, it will provide Israel with weapons worth 6.4 billion dollars

ଜେରୁଜେଲମ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଇସ୍ରାଏଲ୍‌କୁ ୬.୪ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ବିକ୍ରୟ କରିବା ପାଇଁ କଂଗ୍ରେସକୁ ଏକ ପ୍ରସ୍ତାବ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ, ଏହି ଚୁକ୍ତିରେ ୭୦ ନିୟୁତ ଡଲାର ମୂଲ୍ୟର ୩୦ଟି ଏଲଚ-୬୪ ଆପାଚେ ହେଲିକପ୍ଟର, ୩,୨୫୦ ପଦାତିକ ଆକ୍ରମଣ ଯାନ ଏବଂ ସହାୟକ ଉପକରଣ ଅନ୍ତର୍ଭୁକ୍ତ ରହିଛି।

ଏହି ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ୍ ସେନା ଶୁକ୍ରବାର ଗାଜା ସହରରେ ନିଜର ଅଭିଯାନକୁ ତୀବ୍ର କରି ହମାସ ଲକ୍ଷ୍ୟସ୍ଥଳରେ ବୋମା ପକାଇଥିଲା। ଏହାକୁ ନେଇ ବିସ୍ଥାପିତ ପାଲେଷ୍ଟାଇନୀ କହିଛନ୍ତି ଯେ, ସେମାନଙ୍କ ପାଖରେ ନିରାପଦ ଭାବେ ପଳାୟନ କରିବାର କୌଣସି ଉପାୟ ନାହିଁ। ଆମେରିକାର ଏହି ନିଷ୍ପତ୍ତି ଯୋଗୁ ଗାଜାରେ ମୃ୍ତ୍ୟୁର ତାଣ୍ଡବ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ରିପୋର୍ଟ ଅନୁଯାୟୀ,ପ୍ରସ୍ତାବିତ ଚୁକ୍ତିରେ କେବଳ ଆପାଚେ ହେଲିକପ୍ଟର କ୍ରୟ ପାଇଁ ୩.୮ ବିଲିୟନ ଡଲାର ରହିଛି। ସେହିପରି ଇସ୍ରାଏଲୀ ସେନାକୁ ୧,୯ ବିଲିୟନ ଡଲାର ମୂଲ୍ୟର ପଦାତିକ ଯାନ ଯୋଗାଇ ଦିଆଯିବ। ଏକ ପୃଥକ ୭୫୦ ନିୟୁତ ଡଲାର  ଚୁକ୍ତିରେ ସ୍ପେୟାର ପାର୍ଟସ ଏବଂ ବିଦ୍ୟୁତ ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ଜାତିସଂଘ ସାଧାରଣ ସଭା(ୟୁଏନଜିଏ) ଆସନ୍ତା ସପ୍ତାହରେ ନ୍ୟୁୟର୍କରେ ଏହାର ବାର୍ଷିକ ବୈଠକ କରିବାକୁ ଯାଉଛି। ଏହା ସହିତ ତିସଂଘ ସୁରକ୍ଷା ପରିଷଦ ଗାଜା ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ କରିବ ବୋଲି କୁହାଯାଉଛି।

ଇସ୍ରାଏଲକୁ ପ୍ରସ୍ତାବିତ ଅସ୍ତ୍ରଶସ୍ତ୍ର ବିକ୍ରୟକୁ ନେଇ ଆମେରିକାରେ ରାଜନୈତିକ ବିବାଦ ଘନୀଭୂତ ହେବାରେ ଲାଗିଛି। ରିପବ୍ଲିକାନ ପାର୍ଟି ପାରମ୍ପରିକ ଭାବରେ ଇସ୍ରାଏଲ ସପକ୍ଷରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି ଏବଂ ଦେଶକୁ ସୁରକ୍ଷା ଦେବା ପାଇଁ  ସମସ୍ତ କାର୍ଯ୍ୟକୁ ସମର୍ଥନ କରୁଛି। ଏହି ସମୟରେ,ଡେମୋକ୍ରାଟିକ୍‌ମାନେ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ସତର୍କତା ଏବଂ ସମାଲୋଚନାମୂଳକ ଭାବରେ ଦେଖୁଛନ୍ତି।

ଗୁରୁବାର ଦିନ, କିଛି ଡେମୋକ୍ରାଟିକ୍ ସାଂସଦ ଆମେରିକା ସିନେଟରେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବର ଲକ୍ଷ୍ୟ ଆମେରିକାର ବୈଦେଶିକ ନୀତିରେ ସନ୍ତୁଳନ ବଜାୟ ରଖିବା ଏବଂ ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ମାନବିକ ଆଭିମୁଖ୍ୟକୁ ସୁଦୃଢ଼ ​​କରିବା।

ସମ୍ପ୍ରତି, ଅଧାରୁ ଅଧିକ ଡେମୋକ୍ରାଟିକ୍ ସିନେଟର ଇସ୍ରାଏଲକୁ ଅଧିକ ଅସ୍ତ୍ରଶସ୍ତ୍ର ବିକ୍ରୟ ପ୍ରସ୍ତାବକୁ ବିରୋଧ କରିଛନ୍ତି। ସେମାନେ ଯୁକ୍ତି ଦେଇଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିରେ ନୂତନ ଅସ୍ତ୍ରଶସ୍ତ୍ର ପଠାଇବା ଦ୍ୱାରା ଆଞ୍ଚଳିକ ଉତ୍ତେଜନା ଆହୁରି ବଢ଼ିପାରେ ଏବଂ ନାଗରିକ ସୁରକ୍ଷାକୁ ଗମ୍ଭୀର ଭାବରେ ପ୍ରଭାବିତ କରିପାରେ। ବିଶ୍ଳେଷକମାନେ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ଆମେରିକା ଭିତରେ ରାଜନୈତିକ ବିଭାଜନର ଆଶଙ୍କା ରହିଛି। କାରଣ ଇସ୍ରାଏଲକୁ ସମର୍ଥନ କରିବା ଏବଂ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିବା ଉଭୟ ପକ୍ଷ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe