ଆଗକୁ କୋଭିଡ୍‌ ଟିକାର ଉନ୍ନତ ସଂସ୍କରଣ ଆସିବ: ‘ହୁ’ ବିଶେଷଜ୍ଞ

Advertisment
ବୟସ୍କ ଏବଂ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତିଙ୍କୁ ବାର୍ଷିକ କୋଭିଡ୍‌ ବୁଷ୍ଟର ଡୋଜ୍‌ ଆବଶ୍ୟକ: ‘ହୁ’

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଅଭିନବ ଉନ୍ନତ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ଯାହା ପାଇଁ ଶୀତଳୀକରଣର ଆବଶ୍ୟକତା ପଡ଼ିବନି କି ଟିକାକରଣରେ ସିରିଞ୍ଜ୍‌ ଲାଗିବନି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଆଶା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ୧୨୨ଟି ଦେଶରେ ୭ରୁ ୮ଟି କୋଭିଡ୍‌ ଟିକାର ବ୍ୟବହାର ଜାରି ରହିଛି, ତେବେ ଅଭିନବ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତିର ସଂକ୍ରମଣ ବ୍ୟାପିବା ଆରମ୍ଭ କରିଥିବାରୁ ଉନ୍ନତ ଟିକାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଉଛି। ମହାମାରୀ କୋଭିଡ୍‌-୧୯ ଆବିର୍ଭାବର ବର୍ଷକ ଭିତରେ ବିକଶିତ ହୋଇଥିବା ପାଖାପାଖି ୧୦ଟି ଟିକା ସେମାନଙ୍କ ଫଳପ୍ରଦତା ପ୍ରମାଣିତ କରିସାରିଛନ୍ତି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଟିକା ନିର୍ମାତାମାନେ ସେଗୁଡ଼ିକର ଉନ୍ନତ ସଂସ୍କରଣ ବାହାର କରିବା ପାଇଁ ଲାଗି ପଡ଼ିଛନ୍ତି ବୋଲି ସ୍ବାମୀନାଥନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe