ମୁଁ କହିଲେ ଭୂମିକମ୍ପ ହେବ: ଉଦ୍ଧବଙ୍କୁ ପରୋକ୍ଷ ଚେତାବନୀ ଦେଲେ ଏକନାଥ ସିନ୍ଦେ

Advertisment
ମୁଁ କହିଲେ ଭୂମିକମ୍ପ ହେବ: ଉଦ୍ଧବଙ୍କୁ ପରୋକ୍ଷ ଚେତାବନୀ ଦେଲେ ଏକନାଥ ସିନ୍ଦେ

Image Courtesy of India Today

ମୁମ୍ବାଇ: ମୁଁ କହିଲେ ଭୂମିକମ୍ପ ହେବ ବୋଲି ଶନିବାର ଦିନ ମାଲେଗାଓଁରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ‘ଶିବସେନା’ ନେତା ଉଦ୍ଧବ ଠାକ୍‌ରେଙ୍କୁ ପରୋକ୍ଷ ଚେତାବନୀ ଦେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି।

ସେ କହିଛନ୍ତି, ମୁଁ ଯଦି ସାକ୍ଷାତ୍‌କାର ଦେବି ତା’ହେଲେ ଭୂମିକମ୍ପ ଆରମ୍ଭ ହୋଇଯିବ। ଅନ୍ୟ କିଛି ଲୋକଙ୍କ ପରି ମୁଁ ପ୍ରତିବର୍ଷ ବିଦେଶ ବୁଲି ଯାଏନାହିଁ। ‘ଶିବସେନା’ ଏବଂ ତା’ର ଅଭିବୃଦ୍ଧି ହେଉଛି ମୋର ଏକମାତ୍ର ଚିନ୍ତା।

ସୂଚନାଯୋଗ୍ୟ, କଂଗ୍ରେସ ଓ ‘ଏନ୍‌ସିପି’ ସହ ମିଶି ‘ଶିବସେନା’ ‘ମହା ବିକାଶ ‌ଅଘାଡ଼ି’ ନାମରେ କରିଥିବା ମେଣ୍ଟ ସରକାରକୁ ବିରୋଧ କରି ସିନ୍ଦେ ଓ ଅନ୍ୟ ବିଧାୟକମାନେ ବିଦ୍ରୋହ କରିବାରୁ ଜୁନ୍‌ ମାସରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେବେଠାରୁ ବିଦ୍ରୋହୀ ବିଧାୟକମାନଙ୍କୁ ଉଦ୍ଧବ ଠାକ୍‌ରେ ସବୁବେଳେ ‘ବିଶ୍ବାସଘାତକ’ ବୋଲି କହୁଛନ୍ତି।

publive-image Image Courtesy of The Economic Times

ଉଦ୍ଧବ ଠକ୍‌ରେଙ୍କ ନାଁ ନ ଧରି ସିନ୍ଦେ କହିଲେ, ବାଲାସାହେବ ଠାକ୍‌ରେଙ୍କ ଆଦର୍ଶ ସୁରକ୍ଷିତ ରଖିବା ଲାଗି ବିଦ୍ରୋହ କରିଥିଲେ। କେବଳ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁମାନେ ବାଲାସାହେବଙ୍କ ଆଦର୍ଶ ସହ ବୁଝାମଣା କରୁଛନ୍ତି ସେମାନଙ୍କୁ ଆପଣ କ’ଣ ବୋଲି କହିବେ? ‘ବିଜେପି’ ସହ ବୁଝାମଣ କରି ‘ଶିବସେନା’ ନିର୍ବାଚନ ଲଢ଼ିଲା କିନ୍ତୁ, ‘କଂଗ୍ରେସ’ ଓ ‘ଏନ୍‌ସିପି’ ସହିତ ମିଶି ସରକାର ଗଢ଼ିଲା। ଏ କ’ଣ ବିଶ୍ବାସଘାତକତା ନୁହେଁ?

ପରବର୍ତ୍ତୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ‘ଶିବସେନା’ର ସିନ୍ଦେ ଗୋଷ୍ଠୀ ଏବଂ ‘ବିଜେପି’ ସମୁଦାୟ ୨୦୦ ଆସନରୁ ବିଜୟୀ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe