ଏମ୍‌ସରେ ସାଂସଦମାନଙ୍କ ପାଇଁ ହେବନି ବିଶେଷ ବ୍ୟବସ୍ଥା

Advertisment

ରେସିଡେଣ୍ଟ୍‌ ଡାକ୍ତରଙ୍କ ବିରୋଧ ପରେ ଏସଓପି ପ୍ରତ୍ୟାହାର

ରେସିଡେଣ୍ଟ୍‌ ଡାକ୍ତରଙ୍କ ବିରୋଧ ପରେ ଏସଓପି ପ୍ରତ୍ୟାହାର

ଏମ୍ସ ଡାକ୍ତରଙ୍କ ବିରଳ ସଫଳତା

livemint.com

ନୂଆଦିଲ୍ଲୀ : ଏମ୍‌ସରେ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ଚିକିତ୍ସା ପାଇଁ ବିଶେଷ ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ। ଦେଶତମାମ ରେସିଡେଣ୍ଟ୍‌ ଡାକ୍ତରମାନଙ୍କର ବି‌ରୋଧ ପରେ ଏମ୍‌ସ ପ୍ରଶାସନ ଦ୍ବାରା ସାଂସଦମାନଙ୍କ ଚିକିତ୍ସା ପାଇଁ ଦୁଇ ଦିନ ପୂର୍ବେ ଜାରି କରାଯାଇଥିବା ଏସ‌୍ଓପିକୁ ପ୍ରତ୍ୟାହାର କରିନିଆଯାଇଛି। ଏସ୍‌ଓପିରେ ସାଂସଦମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ କରାଯାଇଥିଲା। ଯାହାକୁ କି ଭିଆପି କଲଚର୍‌ ବୋଲି ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘ ଓ ଏମ୍‌ସ ଅଧ୍ୟାପନା ସଦସ୍ୟମାନଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏସ୍‌ଓପି ତୁରନ୍ତ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe