ତୃତୀୟ ବିଶ୍ବଯୁଦ୍ଧ ହେବ ନାହିଁ: ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ସମାରୋହରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଉଦ୍‌ବୋଧନ

Advertisment
ତୃତୀୟ ବିଶ୍ବଯୁଦ୍ଧ ହେବ ନାହିଁ: ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ସମାରୋହରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଉଦ୍‌ବୋଧନ

Image Courtesy of Zee News

କିବ୍: ରୁଷ୍‌ ସହିତ ୟୁକ୍ରେନ୍ ଚଳାଇଥିବା ସଂଘର୍ଷରେ ଭାଗ୍ୟର ଉଦୟ ହେଉଥିବାରୁ ତୃତୀୟ ବିଶ୍ବଯୁଦ୍ଧ ହେବ ନାହିଁ ବୋଲି ବାର୍ଷିକ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌ ପୁରସ୍କାର ୨୦୨୩’ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ମଙ୍ଗଳବାର ରାତିରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି।

ହଲିଉଡ୍‌ର ୮୦ତମ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌ ପୁରସ୍କାର’ ସମାରୋହରେ ଜେଲେନ୍‌ସ୍କି କହିଲେ, ପ୍ରଥମ ବିଶ୍ବଯୁଦ୍ଧରେ ନିୟୁତ ନିୟୁତ ଲୋକ ଜୀବନ ହରାଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଜୀବନ ହରାଇଥିଲେ ତା’ର ଦଶଗୁଣା ଅଧିକ ଜନତା। ତୃତୀୟ ବିଶ୍ବଯୁଦ୍ଧ ହେବ ନାହିଁ। କାରଣ ଏହା ତିନି ସିରିଜ୍‌ ଘଟଣା ନୁହେଁ।

ଉଦ୍‌ବୋଧନ ପ୍ରାରମ୍ଭରେ ଜେଲେନ୍‌ସ୍କି ଦର୍ଶାଇ ଥିଲେ ଯେ, ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହୋଇ ଆସୁଥିବା ବ‌େଳେ ୧୯୪୩ରେ ଏହି ପୁରସ୍କାର ଉତ୍ସବ ଆରମ୍ଭ ହୋଇଥିଲା। କିଏ ଜିଣିବ ବୋଲି ସେତେବେଳେକୁ ସ୍ପଷ୍ଟ ହୋଇଯାଇଥିଲେ ବି ଆଉ କିଛି ଯୁଦ୍ଧ ଲଢ଼ିବାକୁ ବାକି ଥିଲା।

publive-image Image Courtesy of Yahoo

ୟୁକ୍ରେନ୍‌ର ସ୍ବାଧୀନତାର ସମର୍ଥନକାରୀଙ୍କୁ କୃତଜ୍ଞତା ଜଣାଇ ସେ କହିଲେ, ସ୍ବାଧୀନତା, ଗଣତନ୍ତ୍ର, ଜୀବନ ଧାରଣ ଅଧିକାର, ପ୍ରେମ ଅଧିକାର ପାଇଁ ଆମର ଏ ସମାଗ୍ରିକ ସଂଗ୍ରାମ ଏକୀଭୂତ ହେଉଛି। ରାଷ୍ଟ୍ରପତି ଜେଲେନ୍‌ସ୍କି ପରିକଳ୍ପିତ ବିଜୟ କଥା ଘୋଷଣା କରିବା ବେଳେ ଦର୍ଶକମାନେ ହର୍ଷୋତ୍‌ଫୁଲ୍ଲିତ ହୋଇଥିଲେ।

ସଭିଏଁ ମିଶି ମୁକ୍ତବିଶ୍ବ ଗଠନ କରିବା। ମୋର ଆଶା ବିଜୟ ଦିବସ- ‘ଆମ ବିଜୟ ଦିବସ’ରେ ଆପଣମାନେ ଆମ ସହିତ ଯୋଗ ଦେବେ। ‘ସ୍ଲାଭା ୟୁକ୍ରେନି’ (ୟକ୍ରେନ୍‌ର ଜୟ ହେଉ) ବୋଲି ଉଦ୍‌ବୋଧନ ଶେଷରେ ସେ କହିଥିଲେ।

ସୂଚନାଯୋଗ୍ୟ, ୨୦୦୩ର ‘ମିଷ୍ଟିକ୍‌ ରିଭର୍‌’ ଏବଂ ୨୦୦୮ର ‘ମିଲ୍କ’ ଭଳି ଏକାଡେମି ସମ୍ମାନପ୍ରାପ୍ତ ଚଳଚ୍ଚିତ୍ର ପାଇଁ ସୁପରିଚିତ ଅଭିନେତା-ନିର୍ଦେଶକ ସିନ୍‌ ପେନ୍‌ ଜେଲେନ୍‌ସ୍କିଙ୍କ ଭାଷଣ ପାଇଁ ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe