ଅଡୁଆ ଅଛି କହି ଦିଲ୍ଲୀ ନିର୍ବାଚନ ପରେ ଶାହୀନ୍‌ବାଗ ମାମଲାର ଶୁଣାଣି କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

Advertisment
ଅଡୁଆ ଅଛି କହି ଦିଲ୍ଲୀ ନିର୍ବାଚନ ପରେ ଶାହୀନ୍‌ବାଗ ମାମଲାର ଶୁଣାଣି କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

Image Source: Hindustan Times

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନ୍‌ବାଗ୍‌ରୁ ‘ନାଗରିକତା ଆଇନ୍‌ ବିରୋଧୀ’ ପ୍ରତିବାଦକାରୀଙ୍କୁ ହଟାଇବାକୁ ଆଗତ ଆବେଦନର ଶୁଣାଣି ଫେବ୍ରୁଆରି ୧୦ ତାରିଖରେ କରିବେ ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ନୂଆ ସରକାର ଲାଗି ଆସନ୍ତାକାଲି ଦିଲ୍ଲୀରେ ଭୋଟ୍‌ ଗ୍ରହଣ କରାଯିବ।

ଆଡ୍‌ଭୋକେଟ୍‌ ଅମିତ ସାହାଣୀଙ୍କ ଦ୍ୱାରା ଫାଇଲ୍‌ କରାଯାଇଥିବା ଏହି ଆବେଦନ ଆଜି ଶୁଣାଣି ନିମନ୍ତେ ଆଗତ କରାଯିବା ପରେ ଜଷ୍ଟିସ୍‌ ସଞ୍ଜୟ କିଷନ ଏବଂ କେଏମ୍‌ ଜୋସେଫ୍‌ଙ୍କ ଖଣ୍ଡପୀଠ କହିଲେ ଯେ ଆସନ୍ତା ସପ୍ତାହ ସୋମବାର ଦିନ ସେମାନେ ଉକ୍ତ ମାମଲାର ଶୁଣାଣି କରିବେ।

publive-image Image source-- newsclick

ଆବେଦନକାରୀଙ୍କ ଓକିଲ କହିଲେ କି, ସେତେବେଳକୁ ଦିଲ୍ଲୀ ନିର୍ବାଚନ ଶେଷ ହୋଇଯାଇଥିବ।

ଖଣ୍ଡପୀଠ କହିଲେ, ସୋମବାର ଦିନ ଶୁଣାଣି ହେବା କଥା ଆମେ କହିବାର ତାହାହିଁ ପ୍ରକୃତ କାରଣ।

ଖଣ୍ଡପୀଠ ଆବେଦନର ଶୁଣାଣି ତାରିଖ ବଦଳାଇବା ସହ ଅଡୁଆ ଅଛି ବୋଲି ସ୍ୱୀକାର କରିଥିଲେ।

ସାହୀନ୍‌ବାଗରେ ରାସ୍ତା ଅବରୋଧ ସର୍ବସାଧାରଣଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଏଥିଯୋଗୁଁ ଯାନବାହନ ବୁଲାଣି ରାସ୍ତାରେ ଯାଉଥିବାରୁ ମୂଲ୍ୟବାନ୍‌ ସମୟ, ଶକ୍ତି ଏବଂ ଇନ୍ଧନ ନଷ୍ଟ ହେଉଛି। ଏହାଛଡ଼ା ଡିଏନ୍‌ଡି, ଅକ୍ଷରଧାମ ଏବଂ ଆଶ୍ରମ ରାସ୍ତାରେ ମାତ୍ରାଧିକ ଗହଳି ହେଉଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe