Image Courtesy of TOI
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ୨୬/୧୧ ମୁମ୍ବାଇ ଆତଙ୍କ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ହଫିଜ୍ ସଇଦଙ୍କୁ ‘ସାହେବ’ ବୋଲି ସମ୍ବୋଧନ କରି କହିଛନ୍ତି କି, ତାଙ୍କ ନାମରେ ପାକିସ୍ତାନରେ କୌଣସି ମାମଲା ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେବ ନାହିଁ।
ପାକିସ୍ତାନର ଜିଓ ଟିଭିକୁ ଏକ ସାକ୍ଷାତ୍କାର ଦେଇ ପ୍ରଧାନମନ୍ତ୍ରୀ ଶାହିଦ ଖାକନ ଅବ୍ବାସି କହିଛନ୍ତି, ନାଁ’ରେ ମାମଲା ଥିଲେ ହିଁ ଯାଇ ଜଣେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାହୁଏ।
କାହାରି ନାଁ’ରେ କୌଣସି ମାମଲା ରୁଜୁ ହେଲା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଜମ୍ମାତ୍-ଉଦ୍-ଦାଓ୍ଵାର ମୁଖ୍ୟ ସଇଦ୍ଙ୍କ ବିଷୟରେ ପଚରା ଯିବାରୁ ଅବ୍ବାସୀ ଏ କଥା କହିଥିଲେ।
ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଚାଲିଥିଲେ ମଧ୍ୟ ଯୁଦ୍ଧ ହେବାର ସମ୍ଭାବନା ନାହିଁ ବୋଲି ଅବ୍ବାସି ଭାବନ୍ତି। ସେ କହନ୍ତି: ଭାରତ ସହ ଆଲୋଚନା ପାଇଁ ଆମେ ସର୍ବଦା ଦ୍ୱାର ଉନ୍ମୁକ୍ତ ରଖିଛୁ ବୋଲି କହିଛୁ।
Follow Us