ଆଜି ଇସ୍ତଫା ଦେବେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’

Advertisment
ଆଜି ଇସ୍ତଫା ଦେବେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’

Image Courtesy of Zee News

ଲଣ୍ଡନ୍‌: ଶୁକ୍ରବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’ ଆନୁଷ୍ଠାନିକ ଭାବେ ତାଙ୍କ ପଦବୀରୁ ଇସ୍ତଫା ଦେବେ। ତାଙ୍କର ଉତ୍ତରାଧିକାରୀ ଭାବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେଥିପାଇଁ ଔପଚାରିକତା ଆରମ୍ଭ ହୋଇଛି।

ଗତ ମାସରେ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରୁ ଚାଲିଯିବା ଲାଗି ସମୟନିର୍ଘଣ୍ଟ ପ୍ରସ୍ତୁତ କରି ସାରିବା ପରେ ଆନୁଷ୍ଠାନିକ ଭାବେ ମେ’ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯିବେ। ଏହା ପରେ ସୋମବାର ଠାରୁ କଞ୍ଜର୍‌ଭେଟିଭ୍‌ ପାର୍ଟିରେ ନେତୃତ୍ୱ ପାଇଁ ତତ୍ପରତା ପ୍ରକାଶ ପାଇବ। ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦୌଡ଼ରେ ୧୧ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି। ଦୌଡ଼ର ସର୍ବଗ୍ରେ ରହିଛନ୍ତି ପୂର୍ବତନ ବୈଦେଶିକ ସଚିବ ବୋରିସ୍‌ ଜନ୍‌ସନ୍‌।

ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ପାହାଚରେ ଭାଷଣ ଦେଇ ମେ’ କହିଲେ, ବ୍ରେକ୍ସିଟ୍‌ ଡେଲିଭର୍‌ କରିବାକୁ ଅସମର୍ଥ ହେବାର ଗଭୀର ଦୁଃଖ ମୋ ମଧ୍ୟରେ ଅଛି ଏବଂ ସବୁବେଳେ ରହିବ। ରେଫେରାଣ୍ଡମ୍‌ର୍‌ ଫଳାଫଳକୁ ସମ୍ମାନ ଜଣାଇବାକୁ ଉପାୟ କରିବାର ଦାୟିତ୍ୱ ମୋ ଉତ୍ତରାଧିକାରୀଙ୍କର।

ଜୁନ୍‌ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମେ’ ଇସ୍ତଫା ଦେଲେ ବି ଏହାର ଅର୍ଥ ନୁହେଁ ସେ ତୁରନ୍ତ ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ଛାଡ଼ି ଦେବେ।
କଞ୍ଜର୍‌ଭେଟିଭ୍‌ ପାର୍ଟିରୁ କେହି ନୂତନ ପ୍ରଧାନମନ୍ତ୍ରୀ ହେବା ଯାଏଁ ଟୋରି ନେତ୍ରୀ ମେ’ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe