ଏସବୁ ଆସନରେ ଅଳ୍ପ ବ୍ୟବଧାନରେ ହାରିଯାଇଛନ୍ତି ଆପ୍ ପ୍ରାର୍ଥୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏବେ ସ୍ପଷ୍ଟ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି । ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମାତ୍ର ୨୨ଟି ଆସନରେ ସୀମିତ ରହିଛି। ତେବେ ଏମିତି ଅନେକ ଆସନ ରହିଛି ଯେଉଁଠି ବିଜୟ ବ୍ୟବଧାନ କମ୍ ରହିଥିଲା।

ଅଦ୍ୟତନ ହୋଇଛି
aapp

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏବେ ସ୍ପଷ୍ଟ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି । ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମାତ୍ର ୨୨ଟି ଆସନରେ ସୀମିତ ରହିଛି। ତେବେ ଏମିତି ଅନେକ ଆସନ ରହିଛି ଯେଉଁଠି ବିଜୟ ବ୍ୟବଧାନ କମ୍ ରହିଥିଲା। ସଙ୍ଗମ ବିହାର ଓ ତ୍ରିଲୋକପୁରୀରେ ବିଜୟ ବ୍ୟବଧାନ ଅପେକ୍ଷା ନୋଟା ପାଇଁ ଅଧିକ ଭୋଟ୍ ପଡ଼ିଥିଲା। ସେହିପରି ଜଙ୍ଗପୁରାର ହାଇପ୍ରୋଫାଇଲ ଆସନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାତ୍ର ୬୭୫ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।

ଏହି ନିର୍ବାଚନରେ ବିଜେପିର ଚନ୍ଦନ କୁମାର ଚୌଧୁରୀ ସବୁଠାରୁ ସ୍ବଳ୍ପ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ସଙ୍ଗମ ବିହାର ଆସନରୁ ସେ ଆପ୍ ପ୍ରାର୍ଥୀ ଦିନେଶ ମୋହନିଆଙ୍କୁ ୩୪୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ଙ୍କୁ ୫୪,୦୪୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମୋହନିଆଙ୍କୁ ୫୩,୭୦୫ ଖଣ୍ଡ ଭୋଟ୍ ମିଳିଥିଲା। ଏଠାରେ ବିଜୟ ବ୍ୟବଧାନ ଠାରୁ ନୋଟା ପାଇଁ ଅଧିକ ୫୩୭ ଭୋଟ୍ ପଡ଼ିଥିଲା। କଂଗ୍ରେସ ପ୍ରାର୍ଥୀ ହର୍ଷ ଚୌଧୁରୀ ୧୫,୮୬୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ତ୍ରିଲୋକପୁରୀ ଆସନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଖୁବ୍ ଘନିଷ୍ଠ ଥିଲା। ସେଠାରେ ବିଜେପିର ରବିକାନ୍ତ ଆପ୍ ପ୍ରାର୍ଥୀ ଅଞ୍ଜନା ପର୍ଚାଙ୍କୁ ୩୯୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ରବିକାନ୍ତ ଙ୍କୁ ୫୮,୨୧୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ପର୍ଚାଙ୍କୁ ୫୭,୮୨୫ ଖଣ୍ଡ ଭୋଟ୍ ମିଳିଥିଲା। ଏଠାରେ ମଧ୍ୟ ନୋଟାକୁ ୬୮୩ ଖଣ୍ଡ ଭୋଟ୍ ମିଳିଛି, ଯାହା ବିଜୟ ବ୍ୟବଧାନଠାରୁ ଅଧିକ। କଂଗ୍ରେସର ଅମରଦୀପ ୬୧୪୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe