ପର୍ଯ୍ୟଟନ ବିକାଶ ଲାଗି ଏହି ସବୁ ଦେଶ ଭାରତୀୟଙ୍କୁ ଘରୋଇ ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ସ୍ୱୀକୃତି ଦେଇଛନ୍ତି

Advertisment
ପର୍ଯ୍ୟଟନ ବିକାଶ ଲାଗି ଏହି ସବୁ ଦେଶ ଭାରତୀୟଙ୍କୁ  ଘରୋଇ ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ସ୍ୱୀକୃତି ଦେଇଛନ୍ତି

ନୂଆଦିଲ୍ଲୀ: ନିଜ ଦେଶରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ବିଦେଶୀ ନାଗରିକଙ୍କୁ ଆପଣା ଦେଶର ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର ଲାଗି ଅନୁମତି ଦେଉଛନ୍ତି। ଏହା ଦ୍ୱାରା ଭ୍ରମଣରେ ବିଦେଶ ଯାଉଥିବା ଭାରତୀୟମାନେ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ମଧ୍ୟ ନିଜେ ଗାଡ଼ି ଚଳାଇ ପାରିବେ।

ଗ୍ରେଟ ବ୍ରିଟେନ୍‌, ଫ୍ରାନ୍ସ, ନରେଓ୍ଵ, ସୁଇଜରଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆମେରିକା ଓ ଦକ୍ଷିଣ ଆଫ୍ରିକା ଆଦି ଦେଶରେ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଗ୍ରହଣୀୟ।

ସୂଚନା ଅନୁସାରେ, ଇଂଲଣ୍ଡ, ସ୍କଟ୍‌ଲ୍ୟାଣ୍ଡ ଏବଂ େଓ୍ଵଲସ୍‌ରେ ଭାରତୀୟ ପାସ୍‌ପୋର୍ଟଧାରୀ ଏକ ବର୍ଷ ପର୍ଯ୍ୟନ୍ତ ଘରୋଇ ଲାଇସେନ୍ସରେ ଗାଡି ଚଳାଇପାରିବେ। ତେବେ ଫ୍ରାନ୍ସରେ ଏହି ସୁବିଧା ହାସଲ ପାଇଁ ଭାରତୀୟଙ୍କୁ ତାଙ୍କ ଡ୍ରାଇଭିଂ ଲାଇସେନ୍ସର ଫ୍ରାନ୍ସ ଭାଷାରେ ଅନୁବାଦ କରିବା ଦରକାର।

ଜର୍ମାନୀ ଭ୍ରମଣରେ ଯାଇଥିବା ଭାରତୀୟ ୬ ମାସ ପର୍ଯ୍ୟନ୍ତ ନିଜ ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରିପାରିବେ। ସୁଇଜରଲ୍ୟାଣ୍ଡରେ ଏହି ଅବଧି ଏକ ବର୍ଷ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଏକ ବର୍ଷ ଲାଗି ଜଣେ ଭାରତୀୟ ପାସ୍‌ପୋର୍ଟଧାରୀ ଘରୋଇ ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରିପାରିବେ।

ଅଷ୍ଟ୍ରେଲିଆରେ କିନ୍ତୁ ଭିନ୍ନ ଭିନ୍ନ ପ୍ରାନ୍ତରେ ଏହି ନିୟମ ଭିନ୍ନ ରହିଛି। ଉତ୍ତର ଅଷ୍ଟ୍ରେଲିଆରେ ଜଣେ କେବଳ ୩ ମାସ ଲାଗି ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe