ପ୍ରଥମେ ମୋର ପ୍ରଶଂସା କରୁଥିଲା ଗଣମାଧ୍ୟମ, ହେଲେ ୨ଟି ପ୍ରସଙ୍ଗ ଉଠାଇବାରୁ ବିରୋଧୀ ହୋଇଗଲା: ରାହୁଲ

Advertisment
ପ୍ରଥମେ ମୋର ପ୍ରଶଂସା କରୁଥିଲା ଗଣମାଧ୍ୟମ, ହେଲେ ୨ଟି ପ୍ରସଙ୍ଗ ଉଠାଇବାରୁ ବିରୋଧୀ ହୋଇଗଲା: ରାହୁଲ

ନୂଆଦିଲ୍ଲୀ: ଯେତେବେଳେ ରାହୁଲ ଗାନ୍ଧୀ ରାଜନୀତିରେ ଯୋଗ ଦେଇଥିଲେ, ସେତେବେଳେ ଅତି କମରେ ୫-୬ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ ତାଙ୍କର ପ୍ରଶଂସା ଜାରି ରଖିଥିଲା। କିନ୍ତୁ ଏହା ପରେ ସବୁ ବଦଳି ଯାଇଥିଲା ବୋଲି ରାହୁଲ ଗାନ୍ଧୀ ଭିଡିଓ ଜାରି କରି କହିଛନ୍ତି। ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରି କହିଛନ୍ତି, "ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଇଥିଲି, ଦେଶର ସମସ୍ତ ଗଣମାଧ୍ୟମ ୨୦୦୮-୨୦୦୯ ପର୍ଯ୍ୟନ୍ତ ୨୪ଘଣ୍ଟା ମୋ ପାଇଁ 'ୱାହ, ୱାହ' କରୁଥିଲେ। ମନେ ଅଛି? ତା’ପରେ ମୁଁ ଦୁଇଟି ପ୍ରସଙ୍ଗ ଉଠାଇଥିଲି ଏବଂ ସବୁକିଛି ବଦଳି ଯାଇଥିଲା।"

ସେ କହିଛନ୍ତି ଯେ, "ମୁଁ ଦୁଇଟି ପ୍ରସଙ୍ଗ ଉଠାଇଥିଲି - ଗୋଟିଏ ନିୟମଗିରି ଏବଂ ଦ୍ୱିତୀୟଟି ଥିଲା ଭଟ୍ଟା ପରସୌଲ। ମୁଁ ଭୂମି ଅଧିଗ୍ରହଣ ନେଇ ପ୍ରଶ୍ନ ଉଠାଇବା ସହ ଦେଶର ଗରିବ ଲୋକଙ୍କ ଅଧିକାର ରକ୍ଷା କରିବା ଆରମ୍ଭ କରିବା କ୍ଷଣି ସମଗ୍ର ଗଣମାଧ୍ୟମ ମୋ ବିରୋଧୀ ହୋଇଯାଇଥିଲା। ଆଦିବାସୀମାନଙ୍କ ପାଇଁ ପେସା ଆକ୍ଟ ଏବଂ ସେମାନଙ୍କର ଜମି ଅଧିକାର ପାଇଁ ଅନ୍ୟାନ୍ୟ ଆଇନ ଆଣିଥିଲି। ଏହା ପରଠାରୁ ହିଁ ଗଣମାଧ୍ୟମ ମୋ ବିରୋଧରେ ୨୪ଘଣ୍ଟା ଲେଖିବା ଆରମ୍ଭ କରିଥିଲା।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ଭାରତର ସମ୍ପତ୍ତି ଯାହା ମୂଳତଃ ମହାରାଜାଙ୍କର ଥିଲା, ତାହା ସମ୍ବିଧାନ ମାଧ୍ୟମରେ ଜନସାଧାରଣଙ୍କୁ ଦିଆଯାଇଥିଲା। କିନ୍ତୁ ବିଜେପି ଏହାର ବିପରୀତ କାର୍ଯ୍ୟ କରୁଛି। ସେମାନେ ସେହି ସମ୍ପତ୍ତିକୁ ଆପଣଙ୍କଠାରୁ ନେଇ 'ମହାରାଜା'ଙ୍କୁ ଫେରାଇ ଦେଉଛନ୍ତି। ମୋ ପ୍ରତିଛବିକୁ ଖରାପ କରିବା ପାଇଁ ସେମାନେ ଯେତେ ଅଧିକ ଖର୍ଚ୍ଚ କରୁଛନ୍ତି, ତାହା ମୋତେ ସେତେ ଅଧିକ ଶକ୍ତି ପ୍ରଦାନ କରୁଛି। କାରଣ ସତ୍ୟକୁ ଲୁଚାଇ ରଖାଯାଇପାରିବ ନାହିଁ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe