ସେମାନେ ପଦକ ବିସର୍ଜନ କରିବାକୁ ଚାହୁଁଥିଲେ, କିନ୍ତୁ ଟିକାୟତଙ୍କୁ ଦେଇଦେଲେ: ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରିଜ୍‌ଭୂଷଣ

Advertisment
ସେମାନେ ପଦକ ବିସର୍ଜନ କରିବାକୁ ଚାହୁଁଥିଲେ, କିନ୍ତୁ ଟିକାୟତଙ୍କୁ ଦେଇଦେଲେ: ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରିଜ୍‌ଭୂଷଣ

Image Courtesy of India Today

ଲକ୍ଷ୍ନୌ: ଗଙ୍ଗାରେ ପଦକ ବିସର୍ଜନ କରିବାକୁ କୁସ୍ତି ଖେଳାଳିମାନେ ଯାଇଥିଲେ। କିନ୍ତୁ, ଗଙ୍ଗାଙ୍କୁ ଦେବା ପରିବର୍ତ୍ତେ ସେମାନେ ରାକେଶ ଟିକାୟତଙ୍କୁ ପଦକ ସବୁ ଦେଇଦେଲେ। ତାହାହିଁ ସେମାନଙ୍କର ମନୋଭାବ। ଏଥିରେ ଆମେ କ’ଣ କରିବୁ ବୋଲି ‘‌ରେସ୍‌ଲିଙ୍ଗ୍‌ ଫେଡେରେନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂହ ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦପୂର୍ବକ ପଦକ ବିସର୍ଜନ କରିବା ଲାଗି ମଙ୍ଗଳବାର ଦିନ କୁସ୍ତି ଖେଳାଳିମାନେ ହରିଦ୍ବାରରେ ପହଞ୍ଚିଥିଲେ। କିନ୍ତୁ, ସେମାନଙ୍କ ସମସ୍ୟା ସମାଧାନ କରିଦେବା ପାଇଁ କୃଷକ ନେତା ରାକେଶ ଟିକାୟତ ୫ ଦିନ ସମୟ ଲୋଡ଼ିବାରୁ କୁସ୍ତି ଖେଳାଳିମାନେ ପଦକ ବିସର୍ଜନରୁ ନିବୃତ ରହିଛନ୍ତି।

publive-image Image Courtesy of Mint

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ସାଂସଦ ବ୍ରିଜ୍‌ଭୂଷଣ ଶରଣ ସିଂହ ଗଣମାଧ୍ୟମକୁ କହିଛନ୍ତି, ଏବେ ଆଉ ଇସ୍ତଫା ଦେବାର କଥା ଉଠୁନାହିଁ। ମୋ କାର୍ଯ୍ୟକାଳ ଶେଷ ହୋଇଛି। ସାନି ନିର୍ବାଚନ ‌କରାଯିବ। ସେମାନେ ତଦନ୍ତ କରନ୍ତୁ, ଆଗକୁ କ’ଣ ହେବ ଦେଖିବେ। ଏବେ ଆମ ହା‌ତରେ କିଛି ନାହିଁ। ଦିଲ୍ଲୀ ପୁଲିସ ଯାହା କିଛି କରିବ।

ଏପ୍ରିଲ୍‌ ମାସରୁ ଧାରଣା ଦେଇଥିବା କୁସ୍ତି ଖେଳାଳିଙ୍କ କଥା ପଚାରିବାରୁ ବ୍ରିଜ୍‌ଭୂଷଣ କହିଲେ, ସେମାନେ କାହିଁକି ଏମିତି କରୁଛନ୍ତି, କେବଳ ତାଙ୍କୁହିଁ ଜଣା। ପର୍ଯ୍ୟବେକ୍ଷକ କମିଟି ଗଢ଼ାଯାଇଛି, ସେମାନଙ୍କ ଅନୁରୋଧକ୍ରମେ ‘ଏଫ୍‌ଆଇଆର୍‌’ ଫାଇଲ କରାଯାଇଛି ଆଉ ଏବେ ତଦନ୍ତ ଚାଲିଛି। ଯଦି ମୁଁ ଭୁଲ୍‌ କରିଥିବି, ଗିରଫ ହେବି, ସେଥିରେ କିଛି ଯାଏଆସେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe