Advertisment

ଚୋରକୁ ସାମ୍ନାରେ ଦେଖି ଭୟଭୀତ ହୋଇ ଟଙ୍କା ବଢ଼ାଇଲେ ବୃଦ୍ଧା, ସ୍ନେହରେ ମଥାରେ ଚୁମ୍ବନ ଦେଇ ଟଙ୍କା ନେବାକୁ ମନା କରି ଚାଲିଗଲା ଚୋର

Advertisment
ଚୋରକୁ ସାମ୍ନାରେ ଦେଖି ଭୟଭୀତ ହୋଇ ଟଙ୍କା ବଢ଼ାଇଲେ ବୃଦ୍ଧା, ସ୍ନେହରେ ମଥାରେ ଚୁମ୍ବନ ଦେଇ ଟଙ୍କା ନେବାକୁ ମନା କରି ଚାଲିଗଲା ଚୋର

Aapla Mahanagar

ନୂଆଦିଲ୍ଲୀ: ଅନେକ ସମୟରେ ଚୋରମାନେ ଚୋରି କରିବା ସହ ଲୋକଙ୍କର କ୍ଷତି ଘଟାଇଥିବା ଖବର ଆପଣ ଶୁଣିଥିବେ। ମାତ୍ର ଅନେକ ଚୋରଙ୍କ ଭିତରେ ବି ହୃଦୟ ଅଛି, ବଡ଼ମାନଙ୍କ ପ୍ରତି ସମ୍ମାନ ଅଛି । ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି।

ବ୍ରାଜିଲ୍‌ର ଏକ ଫାର୍ମାସି ଭିତରେ ଘଟିଥିବା ଘଟଣାଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଫାର୍ମାସିରେ ଲାଗିଥିବା ସିସିିଟିଭିରେ ଘଟଣାଟି କଏଦ ହେବା ପରେ ଫାର୍ମାସି ମାଲିକ ତାହାକୁ ଗଣମାଧ୍ୟମରେ ଦେବା ପରେ ଏହା ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ୨ ଜଣ ଚୋର ମୁହଁରେ କପଡ଼ା ଢାଙ୍କି ଫାର୍ମାସି ଭିତରେ ପଶୁଛନ୍ତି। ସେଠାରେ ପଶି କ୍ୟାସ୍‌ କାଉଣ୍ଟର୍‌ରେ ଟଙ୍କା ମାଗୁଛନ୍ତି। ଜଣେ ଟଙ୍କା ଆଦାୟ କରୁଥିବା ବେଳେ ଆଉ ଜଣେ ତାହାକୁ ନେଇ ନିଜ ପାଖରେ ରଖୁଛି।

ଠିକ୍‌ ସେହି ସମୟରେ ଜଣେ ବୟସ୍କା ମହିଳା ଭୟଭୀତ ହୋଇ ନିଜ ପାଖରେ ଥିବା ଟଙ୍କା ଲୁଟେରାଙ୍କୁ ଯାଚୁଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଚୋର ଜଣକ ବୟସ୍କା ମହିଳାଙ୍କଠାରୁ ଟଙ୍କା ନେବାକୁ ମନା କରିବା ସହ ତାଙ୍କ ମସ୍ତିଷ୍କରେ ସ୍ନେନରେ ଏକ ଚୁମ୍ବନ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe