Image Courtesy of India Today
ଭୋପାଳ: ଚଳିତ ସପ୍ତାହ ପ୍ରାରମ୍ଭରେ ବିଜେପି ସାଂସଦ ତଥା ଗ୍ଵାଲିଅର୍ ରାଜବଂଶର ଦାୟାଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ମଧ୍ୟପ୍ରଦେଶରେ ଥିବା ଜୟ ବିଳାସ ମହଲରେ ଦଳେ ଡକାୟତ ପଶିଥିଲେ। କିନ୍ତୁ, ସେଠାରୁ କ’ଣ ଡକାୟତି ହୋଇଛି, ସେ ବାବଦରେ ପୁଲିସ ସୁନିଶ୍ଚିତ ହୋଇ ପାରୁନାହିଁ।
ଏକଦା ଗ୍ଵାଲିୟର୍ର ଦିବଂଗତ ଶାସକମାନଙ୍କ ଆଧିପତ୍ୟରେ ଥିବା ଜୟ ବିଳାସ ରାଜପ୍ରାସାଦର ରାଣୀ ମହଲରେ ସୋମବାର କିଂବା ମଙ୍ଗଳବାର ରାତିରେ ଡକାୟତମାନେ ପ୍ରବେଶ କରିଥିବା କଥା ସ୍ଥାନୀୟ ପୁଲିସ ସୁନିଶ୍ଚିତ କରିଛି।
ଟିପଚିହ୍ନ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ ନିମନ୍ତେ ପୁଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ସନ୍ଧାନୀ କୁକୁର ମଧ୍ୟ ନିୟୋଜନ କରାଯାଇଥିଲା।
Image Courtesy of India Todayକିନ୍ତୁ, ରାଜପ୍ରାସାଦ ପରିସରରେ କେତେଜଣ ଡକାୟତ ପଶିଥିଲେ ଏବଂ କ’ଣ ଚୋରି ହୋଇଛି ତାହା ପୁଲିସ ଆକଳନ କରିପାରୁ ନାହିଁ।
ଗ୍ଵାଲିଅର୍ ସହରର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରତ୍ନେଶ ତୋମାରଙ୍କ କହିବା ଅନୁସାରେ, ରାଣୀ ମହଲର ଗୋଟିଏ କୋଠରିରେ ଥିବା ‘ଭେଣ୍ଟିଲେଟର୍ ସାଫ୍ଟ’ ବାଟ ଦେଇ ଡାକୁମାନେ ପ୍ରାସାଦରେ ପ୍ରବେଶ କରିଥିଲେ।
ପୂର୍ବରୁ ଏକ ବ୍ୟାଙ୍କ୍ ଚାଲୁଥିବା ଏହି ପ୍ରାସାଦରେ ସେମାନେ କିଛି ଭଙ୍ଗାରୁଜା କରିଥିବା କୁହାଯାଉଛି।
ରାଜପ୍ରାସଦ ପରିସରରେ ନିୟୋଜିତ କର୍ମଚାରୀମାନଙ୍କୁ ମଧ୍ୟ ପୁଲିସ ଏ ବାବଦରେ ପଚରାଉଚୁରା କରୁଛି।
ସୂଚନାଯୋଗ୍ୟ, ୧୮୭୪ ମସିହାରେ ଗ୍ଵାଲିଅର୍ର ଦିବଂଗତ ମହାରାଜା ଜୟଜିରାଓ ସିନ୍ଧିଆ ସ୍ଥାପନ କରିଥିବା ଊନବିଂଶ ଶତାବ୍ଦୀର ଏହି ଜୟ ବିଳାସ ମହଲ ସମ୍ପ୍ରତି ରାଜ୍ୟସଭା ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଲିକାନାରେ ରହିଛି।
Follow Us