ଲସ୍ ଏଞ୍ଜେଲେସ୍: ପ୍ରତିଦିନ ଲସ୍ ଏଞ୍ଜେଲେସ୍ ରେଳବାଇର ଟ୍ରେନ୍ ରହଣି ସ୍ଥାନଗୁଡ଼ିକରେ ଚୋରମାନେ ବହୁସଂଖ୍ୟକ ମାଲ୍ବାହୀ ଗାଡ଼ିର ବଗି ଭାଙ୍ଗି ଅନ୍ଲାଇନ୍ରେ କିଣାଯାଇଥିବା ପ୍ୟାକେଟ୍ଗୁଡ଼ିକୁ ଲୁଟ୍ କରି ରେଳ ଧାରଣା ଉପରେ ଖାଲି ଖୋଳ ସବୁ ଫିଙ୍ଗି ଦେଉଛନ୍ତି। ଫଳରେ ଉକ୍ତ ସାମଗ୍ରୀଗୁଡ଼ିକ ନିର୍ଦ୍ଧାରିତ ଠିକଣାରେ ପହଞ୍ଚି ପାରୁନାହିଁ।
ଲସ୍ ଏଞ୍ଜେଲେସ୍ ସହରର କେନ୍ଦ୍ରାଞ୍ଚଳରେ ଥିବା ରେଳଧାରଣା ନିକଟରୁ ଶୁକ୍ରବାର ଦିନ ମିଳିଥିବା ଟ୍ୟାଗ୍ଗୁଡ଼ିକରୁ ଜଣାପଡ଼ିଛି ଯେ, ଆମାଜନ୍, ଟାର୍ଗେଟ୍, ୟୁପିଏସ୍ ଏବଂ ଫେଡ୍ଏକ୍ସ୍ ଭଳି ଆମେରିକାର ଅନେକ ପ୍ରମୁଖ ମେଲ୍ ଅର୍ଡର୍ ଏବଂ କୋରିୟର୍ କମ୍ପାନି ଚୋରିଯୋଗୁଁ କ୍ଷତି ସହୁଛନ୍ତି। ଗତ କିଛି ମାସ ହେବ ଚୋରି ପରିମାଣ ଖୁବ୍ ବୃଦ୍ଧି ପାଇଛି।
Image Courtesy of NDTVପ୍ରାପ୍ତ ସୂଚନା ଅନୁସାରେ, ଲମ୍ବା ମାଲବାହୀ ଟ୍ରେନ୍ଗୁଡ଼ିକ ଧାରଣା ଉପରେ ସ୍ଥିର ହୋଇ ରହିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିବା ପରେ ଚୋରମାନେ ମାଲ୍ ବଗିଗୁଡ଼ିକ ଉପରକୁ ଚଢ଼ିଯାଇ ତା’ର ତାଲା ସବୁକୁ ବୋଲ୍ଟ୍ କଟର୍ ଯୋଗେ ଅନାୟାସରେ ଭାଙ୍ଗି ପକାଉଛନ୍ତି। ତା’ପରେ ସେଥିରେ ଥିବା ପାର୍ସଲ୍ ସବୁକୁ ତଲାସ କରୁଛନ୍ତି। ସେଥିରୁ ଉଠାଇ ହେଉ ନ ଥିବା ସାମଗ୍ରୀ, ବିକ୍ରି କରିବାକୁ ଅସୁବିଧା ହେବା ସାମଗ୍ରୀ, କୋଭିଡ୍-୧୯ ଟେଷ୍ଟ୍ କିଟ୍, ଆସବାବ୍ପତ୍ର କିଂବା ଔଷଧ ଭଳି ଅତି ସସ୍ଥା ସାମଗ୍ରୀ ସବୁକୁ ଛାଡ଼ି ସହଜରେ ବିକ୍ରି ହେବାର ସମ୍ଭାବନା ଥିବା ମୂଲ୍ୟବାନ ତଥା ଛୋଟ ସାମଗ୍ରୀ ସବୁକୁ ନେଇ ଯାଉଛନ୍ତି।
Image Courtesy of NDTVଡିସେମ୍ବର ୨୦୨୦ ଠାରୁ ଲସ୍ ଏଞ୍ଜେଲେସ୍ କାଉଣ୍ଟିରେ ୧୬୦% ଚୋରି ବୃଦ୍ଧି ପାଇଥିବା ‘ୟୁନିୟନ୍ ପେସିଫିକ୍’ ରେଲ୍ ଅପରେଟର୍ କହିଛି। ୨୦୨୦ ଅକ୍ଟୋବର ତୁଳନାରେ କେବଳ ଅକ୍ଟୋବର ୨୦୨୧ରେ ୩୫୬% ଚୋରି ବୃଦ୍ଧି ପାଇଥିବା ଜଣାପଡ଼ିଛି। ୨୦୨୧ ବର୍ଷର ଶେଷ ୩ ମାସରେ ଲସ୍ ଏଞ୍ଜେଲେସ୍ କାଉଣ୍ଟିରେ ଦୈନିକ ହାରାହାରି ୯୦ଟି ବଗି ଭଙ୍ଗାଯାଇଛି।
ଚୋରି ରୋକିବା ଲାଗି ଡ୍ରୋନ୍ ଏବଂ ଅନ୍ୟାନ୍ୟ ‘ଡିଟେକ୍ସନ୍ ସିଷ୍ଟମ୍’ ସମେତ ସର୍ଭିଲେନ୍ସ୍ ସୁଦୃଢ଼ କରାଯାଇଥିବା ଟ୍ରାକ୍ରେ ପହରା ଦେବା ପାଇଁ ଅଧିକ ସଂଖ୍ୟକ ନିରାପତ୍ତା କର୍ମଚାରୀ ନିଯୁକ୍ତି କରିଥିବା କଥା ‘ୟୁନିୟନ୍ ପେସିଫିକ୍’ କହିଛି।
୨୦୨୧ର ଶେଷ ତିନି ମାସରେ ପୁଲିସ ଏବଂ ନିରାପତ୍ତା ଏଜେଣ୍ଟ୍ ମାଲଗାଡ଼ି ଚୋରିରେ ଲିପ୍ତଥିବା ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଧରି ଗିରଫ କରିଛି। କିନ୍ତୁ, ସାମାନ୍ୟ ଜରିମାନା ଦେଇ ୨୪ ଘଣ୍ଟା ମଧ୍ୟରେ ସେମାନେ ପୁଣି ବାହାରି ଆସୁଛନ୍ତି।
Follow Us