ଭେନିସ୍‌ ପ୍ରଦର୍ଶନୀରୁ ଭାରତୀୟ ଅଳଙ୍କାର ଚୋରି

Advertisment
ଭେନିସ୍‌ ପ୍ରଦର୍ଶନୀରୁ ଭାରତୀୟ ଅଳଙ୍କାର ଚୋରି

Image Courtesy of TOI

ରୋମ୍‌: ପ୍ରସିଦ୍ଧ ‘ଅଲ୍‌ ଥାନି କଲେକ୍‌ସନ୍‌’ ଭେନିସ୍‌ର ଏକ ରାଜପ୍ରାସାଦରେ ଆୟୋଜିତ କରିଥିବା ପ୍ରଦର୍ଶନୀରୁ ବୁଧବାର ଦିନ ଚୋରମାନେ ଦାମୀ ଭାରତୀୟ ଅଳଙ୍କାର ଚୋରାଇ ନେଇଛନ୍ତି। ପ୍ରଦର୍ଶନୀର ଶେଷ ଦିନ ଲୋକ ଗହଳିରେ ପଶି ସେମାନେ ଏକ ପିନ୍‌ ଏବଂ ହଳେ କାନଫୁଲ ଚୋରାଇ ନେଇଛନ୍ତି ବୋଲି ପୁଲିସ କହିଛି।

ମୋଗଲ ସାମ୍ରାଜ୍ୟ ଅମଳର ରତ୍ନ ସଂଗ୍ରହରେ ଥିବା ଚୋରି ଅଳଙ୍କାର ସବୁ ‘ଅଲ୍‌ ଥାନି କଲେକ୍‌ସନ୍‌’ର ଟପ୍‌ ହାଇଲାଇଟ୍‌ରେ ନ ଥିଲା। କିନ୍ତୁ, ପୁଲିସ କହିବା ଅନୁସାରେ ସେଗୁଡ଼ିକ ସୁନା, ପ୍ଲାଟିନମ୍‌ ଏବଂ ହୀରାରେ ନିର୍ମିତ। ହିସାବ କଲେ ତା’ର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି।

publive-image Image Courtesy of Lancaster online

ଭେନିସ୍‌ ପୁଲିସ କହିଛି: ଭେନିସ୍‌ର ଡଜ୍‌ ପ୍ରାସାଦରେ ପୂର୍ବାହ୍ନ ୧୦ଟା ବେଳେ ସତର୍କ ଘଣ୍ଟି ବାଜି ଉଠିବାରୁ ପୁଲିସ ତୁରନ୍ତ ସେ ଅଞ୍ଚଳକୁ ସିଲ୍‌ କରି ଦେଇଥିଲା। କିନ୍ତୁ ଭେନିସ୍‌ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ‘ପାଲାଜୋ ଡ୍ୟୁକେଲ୍‌’ ଯାଦୁଘରୁ ଚୋରମାନେ ସେତେବେଳକୁ ଖସି ଯାଇ ସାରିଥିଲେ। ଖସି ଯିବା ନିମନ୍ତେ ଚୋରମାନେ ଆଲାର୍ମ ସିଷ୍ଟମ୍‌କୁ ମନ୍ଥର କରି ପକାଇବାରେ ସମର୍ଥ ହୋଇଥିଲେ।

ଅଲ୍‌ ଥାନି କଲେକ୍‌ସନ୍‌ରେ ୨୭୦ ଖଣ୍ଡ ଭାରତୀୟ ଅଳଙ୍କାର ଏବଂ ଭାରତୀୟ ଅଳଙ୍କାରେ ଅନୁସରଣରେ ନିର୍ମିତ ଅଳଙ୍କାର ସଂଗ୍ରହ ରହିଛି। ଫୋବ୍‌ସ୍‌ ପତ୍ରିକା ମତରେ, ବିଶ୍ୱରେ ଏଭଳି ସଂଗ୍ରହର ତୁଳନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe