ଆସନ୍ତା ଅଗଷ୍ଟ ସୁଦ୍ଧା ଭାରତରେ କାୟା ବିସ୍ତାର କରିବ କରୋନାର ତୃତୀୟ ଲହର: ଆଇସିଏମ୍‌ଆର୍‌ ଗବେଷକ

Advertisment
ଆସନ୍ତା ଅଗଷ୍ଟ ସୁଦ୍ଧା ଭାରତରେ କାୟା ବିସ୍ତାର କରିବ କରୋନାର ତୃତୀୟ ଲହର: ଆଇସିଏମ୍‌ଆର୍‌ ଗବେଷକ

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍ଆର୍)ର ଜଣେ ବରିଷ୍ଠ ବୈଜ୍ଞାନିକ ଗବେଷଣା କରି କହିଛନ୍ତି ଯେ ଭାରତରେ କରୋନାର ତୃତୀୟ ଲହର ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ତା’ର କାୟା ବିସ୍ତାର କରିବ। ଦିନକୁ ଦେଶରେ ସଂକ୍ରମଣ ୧ ଲକ୍ଷ ପାର୍‌ ହେବ।

ପ୍ରଫେସର୍‌ ସିମ୍‌ରନ୍‌ ପଣ୍ଡା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଭାଇରସ୍‌ ଯଦି ବେଶି ପରିମାଣରେ ବ୍ୟାପିବ ତେବେ ପରିସ୍ଥିତି ପ୍ରଥମ ଲହର ପରି ରହିବ। ଯଦି ସେପରି ନହୁଏ ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେ ସୂଚାଇ ଦେଇଛନ୍ତି।

publive-image www.indiatoday.in

ଏହିପରି ମୂଲ୍ୟାଙ୍କନର ଯଥାର୍ଥତା ବିଷୟରେ ପଚରାଯିବାରୁ ପ୍ରଫେସର୍‌ ପଣ୍ଡା କହିଛନ୍ତି ଯେ ଆଇସିଏମଆର ଏବଂ ଲଣ୍ଡନର ଇମ୍ପେରିଆଲ କଲେଜ  ଦ୍ୱାରା କରାଯାଇଥିବା ଗାଣିତିକ ମଡେଲିଂ ସୂଚାଇ ଦେଇଛି ଯେ କମ୍ ଟିକାକରଣ ହାର ଏବଂ କୋହଳ ଲକ୍‌ଡାଉନ୍‌ ହେତୁ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିବ। ଅବଶ୍ୟ, ଏହା ଦ୍ୱିତୀୟ ତରଙ୍ଗ ପରି ସେତେଟା ଭୟଙ୍କର ହୋଇନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe