ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଜଣେ ବରିଷ୍ଠ ଡାକ୍ତର ଅନ୍ୟ ଜଣେ ସହଯୋଗୀ ଆବାସିକ ଡାକ୍ତରଙ୍କୁ ଚାପୁଡ଼ା ମାରିବା ଘଟଣାକୁ ବିରୋଧ କରି ଗତ ତିନିଦିନ ହେବ ଡାକ୍ତରମାନେ ଆନ୍ଦୋଳନରେ ବସିଛନ୍ତି। ଡାକ୍ତରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଚିକିତ୍ସା ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। ତେବେ ଏବେ ସୁଦ୍ଧା ଏମ୍ସ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ମହଲ ଉଦ୍୍ବେଗ ପ୍ରକାଶ କରିଛନ୍ତି। ମିଳିଥିବା ଖବର ମୁତାବକ, ଉକ୍ତ ବରିଷ୍ଠ ଡାକ୍ତର ଲୋକଙ୍କ ସାମ୍ନାରେ ଡାକ୍ତରଙ୍କୁ ଚାପୁଡ଼ା ମାରିଥିବାରୁ ତାଙ୍କୁ ନିଲମ୍ବିତ କରିବାକୁ ଆନ୍ଦୋଳନରତ ଡାକ୍ତରମାନେ ଦାବି କରିଛନ୍ତି। ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us