ଦୋଳିର ମଜା ନେବା ଦୁଇ ମହିଳାଙ୍କୁ ମହଙ୍ଗା ପଡ଼ିଲା, ୬୩୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଲେ

Advertisment
ଦୋଳିର ମଜା ନେବା ଦୁଇ ମହିଳାଙ୍କୁ ମହଙ୍ଗା ପଡ଼ିଲା, ୬୩୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଲେ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଦୁଇଜଣ ମହିଳା ପାହାଡ ନିକଟରେ ଦୋଳି ଖେଳୁଥିବା ବେଳେ ଖସି ପଡ଼ୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାଟି ଋଷର ଦାଗୀସ୍ତାନରେ ଘଟିଥିବା କୁହାଯାଉଛି।

୬୩୦୦ଫୁଟ ଉଚ୍ଚରେ ଦୋଳି ଖେଳୁଥିବା ବେଳେ ଦୁଇ ମହିଳା ଖସି ପଡ଼ିଥିବା ଭିଡିଓକୁ ଟ୍ୱିଟରରେ ‘ରାଣ୍ଡମ ଅଙ୍କଲ’ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି।

ସୁଲାକ୍ କେନିୟନର ଉଚ୍ଚ ପାହାଡ ଉପରେ ନିର୍ମିତ ଏକ ଦୋଳିରେ ଦୁଇଜଣ ମହିଳା ବସି ଆନନ୍ଦ ଉଠାଉଥିଲେ। ଏତିକି ବେଳେ ହଠାତ୍ ଦୋଳିର ଏକ ଚେନ ଛିଣ୍ଡି ଯାଇଥିଲା। ଆଉ ଦୁଇ ମହିଳା ତଳେ ପଡ଼ି ଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ଜୀବନ ରକ୍ଷା ପାଇଛି। ଦୁହିଁଙ୍କୁ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି।

ଅନ୍ୟପକ୍ଷରେ ସ୍ଥାନୀୟ ପର୍ଯ୍ୟଟନ ମନ୍ତ୍ରଣାଳୟଙ୍କ ସୂତ୍ରରୁ ପ୍ରକାଶ ଯେ ଦୋଳି ସୁରକ୍ଷିତ ନଥିଲା ତେଣୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe