ଭାରତରେ ମନ୍ଥର ହେଲା ତୃତୀୟ ଲହର, ୪ଦିନ ଧରି ସଂକ୍ରମଣ ୩ ଲକ୍ଷ ତଳେ

Advertisment

କେରଳରେ ୫୪,୫୩୭ ନୂଆ ସଂକ୍ରମଣ, ସଂକ୍ରମଣ ହାର୧୫.୮୮%ରେ ପହଞ୍ଚିଲା

କେରଳରେ ୫୪,୫୩୭ ନୂଆ ସଂକ୍ରମଣ, ସଂକ୍ରମଣ ହାର୧୫.୮୮%ରେ ପହଞ୍ଚିଲା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ କରୋନା ପଜିଟିଭ, ୩ ଜଣ ୧୮ ବର୍ଷରୁ କମ୍ ବୟସର

livemint.com

ନୂଆଦିଲ୍ଲୀ : ଭାରତରେ କରୋନାର ତୃତୀୟ ଲହର ସଂକ୍ରମଣ ଏବେ ମନ୍ଥର ହୋଇଯାଇଛି ଏବଂ ଦୈନିକ ସଂକ୍ରମଣ ଲଗାତାର ୪ ଦିନ ଧରି ୩ ଲକ୍ଷ ତଳେ ରହିଛି। ଗତକାଲିର ସଂକ୍ରମଣ ତୁଳନାରେ ଶୁକ୍ରବାର ଦିନ ପୁଣି ୧୨ ପ୍ରତିଶତ ହ୍ରାସ ହୋଇଛି। ଗୁରୁବାର ଦିନ ସଂକ୍ରମଣ ୨,୮୬,୩୮୪ ରହିଥିବା ବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨,୫୧,୨୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ୬୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଦେଶରେ ୪,୯୨,୩୨୭ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି। ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମଣ ତୁଳନାରେ କରୋନାର ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଆଜି ମଧ୍ୟ ୨୧ ଲକ୍ଷ ଉପରେ ରହିଛି ।

ଦେଶରେ ମୋଟ ସଂକ୍ରମଣ ମାମଲାର ୫.୧୮ ପ୍ରତିଶତ ସକ୍ରିୟ ମାମଲା ଥିବା ବେଳେ ଆରୋଗ୍ୟ ହାର ୯୩.୬୦ ପ୍ରତିଶତ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ ଦିନକରେ ୩,୪୭,୪୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ଦିନ ଦୈନିକ ସଂକ୍ରମଣ ହାର ୧୫.୮୮ ପ୍ରତିଶତରେ ପହଞ୍ଚିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧୭.୪୭ ପ୍ରତିଶତ ରହିଛି। ଦେଶରେ ଆଜି ସୁଦ୍ଧା ୭୨.୩୭ କୋଟି କରୋନା ନମୁନା ପରୀକ୍ଷା ହୋଇଛି। ଦେଶରେ ଏବେ ଉଭୟ ଡେଲ୍‌ଟା ଏବଂ ଓମିକ୍ରନ୍‌ ପ୍ରଜାତିଜନିତ ସଂକ୍ରମଣ ଜାରି ରହିଛି। କେରଳରେ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଛି ଏବଂ ଆଜି ୫୪,୫୩୭ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ୨୪ ଘଣ୍ଟାରେ ୧୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe