ଉତ୍କଟ ଦାରିଦ୍ର୍ୟରେ ୧୩ କୋଟି ଭାରତୀୟ: ଦିନକୁ ରୋଜଗାର ୧୮୧ ଟଙ୍କାରୁ କମ୍‌

Advertisment

ଭାରତରେ ଏବେ ୧୨.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଗତ ୩୪ ବର୍ଷ ମଧ୍ୟରେ ଯଦିଓ ଏହି ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି ତଥାପି ବର୍ତ୍ତମାନର ସ୍ଥିତି ସେତେଟା ଭଲ ନାହିଁ।

ଭାରତରେ ଏବେ ୧୨.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଗତ ୩୪ ବର୍ଷ ମଧ୍ୟରେ ଯଦିଓ ଏହି ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି ତଥାପି ବର୍ତ୍ତମାନର ସ୍ଥିତି ସେତେଟା ଭଲ ନାହିଁ।

poor

ନୂଆଦିଲ୍ଲୀ: ଭାରତରେ ଏବେ ୧୨.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଗତ ୩୪ ବର୍ଷ ମଧ୍ୟରେ ଯଦିଓ ଏହି ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି ତଥାପି ବର୍ତ୍ତମାନର ସ୍ଥିତି ସେତେଟା ଭଲ ନାହିଁ। ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୧୯୯୦ ମସିହାରେ ଭାରତରେ ଉତ୍କଟ ଦାରିଦ୍ର୍ୟ (ଦୈନିକ ୨.୧୫ ଆମେରିକୀୟ ଡଲାର ବା ୧୮୧ ଟଙ୍କାରୁ କମ୍ ରୋଜଗାର କରୁଥିବା)ରେ ଥିବା ଲୋକଙ୍କ ସଂଖ୍ୟା ୪୩.୧ କୋଟି ରହିଥିଲା। କିନ୍ତୁ ୨୦୨୪ରେ ଏହା ପ୍ରାୟ ୧୨.୯ କୋଟିକୁ ଖସି ଆସିଛି। ଅପରପକ୍ଷରେ ଉଚ୍ଚ ଦାରିଦ୍ର୍ୟ ମାନକକୁ ବିଚାରକୁ ନେ‌ଲେ ୧୯୯୦ ତୁଳନାରେ ୨୦୨୪ରେ ଅଧିକ ଲୋକ ଭାରତରେ ଦୈନିକ ୬.୮୫ ଆମେରିକୀୟ ଡଲାର (୫୭୬ ଟଙ୍କା)ରୁ କମ୍‌ରେ ଜୀବନଯାପନ କରୁଛନ୍ତି।

‘ଦାରିଦ୍ର୍ୟ, ସମୃଦ୍ଧି ଓ ପୃଥିବୀ: ଏକାଧିକ ସଂକଟରୁ ବାହାରିବାର ପଥ’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଲୋକସଂଖ୍ୟା ବୃଦ୍ଧି ଯୋଗୁ ୧୯୯୦ ତୁଳନାରେ ୨୦୨୪ରେ ୬.୮୫ ଆମେରିକୀୟ ଡଲାରରୁ କମ୍ ଆୟରେ ଜୀବନ ନିର୍ବାହ କରୁଛନ୍ତି। ସମଗ୍ର ଦକ୍ଷିଣ ଏସିଆ ଏବଂ ଉପ-ସାହାରା ଆଫ୍ରିକା, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ବୋଲି ରିପୋର୍ଟରେ କୁହାଯାଇଛି। ତେବେ ୨୦୨୨-୨୩ ଆର୍ଥିକ ବର୍ଷର ପାରିବାରିକ ଖର୍ଚ୍ଚ ଓ ବ୍ୟୟ ସର୍ବେକ୍ଷଣ (ଏଚ୍‌ସିଇଏସ୍) ତଥ୍ୟକୁ ଏଥିରେ ବିଚାରକୁ ନିଆଯାଇ ନାହିଁ। ତଥ୍ୟର ଆବଶ୍ୟକ ବିଶ୍ଳେଷଣ ଠିକ୍ ସମୟରେ ସମ୍ପୂର୍ଣ୍ଣ ହୋଇ ନପାରିବାରୁ ଉକ୍ତ ରିପୋର୍ଟରେ ଏହାକୁ ସାମିଲ କରାଯାଇ ପାରିନାହିଁ। ତେବେ ରିପୋର୍ଟର ନିଷ୍କର୍ଷରେ ଦର୍ଶାଯାଇଛି ଯେ ଯେ ଉପ-ସାହାରା ଏବଂ ଅନ୍ୟ ଦୁର୍ବଳ ଦେଶଗୁଡ଼ିକରେ ଉତ୍କଟ ଦାରିଦ୍ର୍ୟ ବୃଦ୍ଧି ପାଉଛି। ୨୦୩୦ ସୁଦ୍ଧା ଉତ୍କଟ ଦାରିଦ୍ର୍ୟକୁ ଦୂର କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି। 

ଦିନକୁ ରୋଜଗାର ୧୮୧ ଟଙ୍କାରୁ କମ୍‌
ଦିନକୁ ୫୭୬ ଟଙ୍କାରୁ କମ୍‌ରେ ବଞ୍ଚୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଛି

ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତରେ ଉତ୍କଟ ଦାରିଦ୍ର୍ୟ ୩ ପ୍ରତିଶତ ତଳକୁ ଖସିଆସିବ ବୋଲି ଆକଳନ କରାଯାଇଥିଲା। ଏହାହେଲେ ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱର ଉତ୍କଟ ଦାରିଦ୍ର୍ୟରେ ଭାରତର ଅବଦାନ ଯଥେଷ୍ଟ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଆସନ୍ତା ଦଶନ୍ଧି ମଧ୍ୟରେ ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ଏବଂ ଐତିହାସିକ ଅଭିବୃଦ୍ଧି ହାର ଉପରେ ଏହି ଆକଳନ ଆଧାରିତ। ଏପରିକି ୨୦୩୦ରେ ଭାରତରେ ଉତ୍କଟ ଦାରିଦ୍ର୍ୟ ହାର ଶୂନ୍ୟରେ ରଖିଲେ ମଧ୍ୟ ୨୦୩୦ରେ ବିଶ୍ୱର ଉତ୍କଟ ଦାରିଦ୍ର୍ୟ ହାର ୭.୩୧ରୁ ୬.୭୨ ପ୍ରତିଶତକୁ ଖସିବ, ଯାହା ଏବେ ବି ୩ ପ୍ରତିଶତ ଲକ୍ଷ୍ୟଠାରୁ ଯଥେଷ୍ଟ ଅଧିକ। ୧୯୯୦ରୁ ୨୦୧୩ ମଧ୍ୟରେ ବିଶ୍ୱରେ ଉତ୍କଟ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇଥିଲେ ମଧ୍ୟ ତା ପରଠାରୁ ଏହାର ଅଗ୍ରଗତି ନାଟକୀୟ ଭାବେ ହ୍ରାସ ପାଇଛି। ଏଥିରେ କୁହାଯାଇଛି ଯେ ୧୯୯୦ରୁ ୨୦୧୩ ମଧ୍ୟରେ ଏହି ହାର ୩୭.୯ରୁ ୧୧.୫ ପ୍ରତିଶତକୁ ଖସିବା ଫଳରେ ୧୨୦ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଏହାପରେ, ଏପରିକି କୋଭିଡ୍-୧୯ ମହାମାରୀ ଆସିବା ପୂର୍ବରୁ ମଧ୍ୟ ଉତ୍କଟ ଦାରିଦ୍ର୍ୟ ହ୍ରାସର ଗତି ମନ୍ଥର ହୋଇଯାଇଥିଲା। ୨୦୧୩ରୁ ୨୦୧୮ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ହାର ମାତ୍ର ୨.୮ ପ୍ରତିଶତ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ୨୦୧୮ ପରଠାରୁ ଏହି ଧାରା ଆହୁରି ବଦଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe