The Prime Minister, Shri Narendra Modi chairing the 13th BRICS Summit, through video conferencing, in New Delhi on September 09, 2021.
ନୂଆଦିଲ୍ଲୀ : ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୫ଟି ସଦସ୍ୟ ଦେଶର ଶାସନ ମୁଖ୍ୟମାନେ ଯୋଗଦେଇ କରୋନା ମହାମାରୀ ସମେତ ଆଫଗାନିସ୍ତାନରେ ଦେଖାଦେଇଥିବା ସଂକଟ ସମେତ ବହୁପାକ୍ଷିକ ସଂସ୍ଥାଗୁଡ଼ିକରେ ସଂସ୍କାର ପାଇଁ ମାନସମନ୍ଥନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ସମ୍ମିଳନୀରେ ମୋଦୀ କହିଛନ୍ତି, ଭାରତ ବ୍ରିକ୍ସ ଆତଙ୍କବାଦ -ନିରୋଧ ଆକ୍ସନ୍ ପ୍ଲାନ୍ ଗ୍ରହଣ କରିଛି। ଗତ ଦେଢ଼ ଦଶନ୍ଧି ଧରି ବ୍ରିକ୍ସ ଅନେକ ସଫଳତା ହାସଲ କରିଛି। ବିଶ୍ବରେ ଉଚ୍ଚ ଅଭିବୃଦ୍ଧି ହାସଲକାରୀ ଅର୍ଥନୀତି ଗୁଡ଼ିକ ପାଇଁ ପ୍ରଭାବଶାଳୀ ସ୍ବର ପାଲଟିଛି। ବହୁପାକ୍ଷିକ ସଂସ୍ଥା ଗୁଡ଼ିକରେ ସଂସ୍କାର ଆଣିବା ଏବଂ ସେଗୁଡ଼ିକୁ ସୁଦୃଢ଼ କରିବାପାଇଁ ଉଦ୍ୟମ ଜାରି ରଖିଛି। ବ୍ରିକ୍ସ ସହଭାଗିତାର ମୂଳ ମନ୍ତ୍ର ୪ -ସି ବା ନିରନ୍ତରତା, ଏକତ୍ରୀକରଣ ଏବଂ ସହମତି ପାଇଁ ସହଯୋଗ ବୋଲି ମୋଦୀ କହିଛନ୍ତି। ପରବର୍ତ୍ତୀ ୧୫ ବର୍ଷରେ ବ୍ରିକ୍ସକୁ ଅଧିକ ଫଳପ୍ରଦ କରିବା ଦିଗରେ ଆମକୁ କାମ କରିବାକୁ ପଡ଼ିବ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଫଗାନିସ୍ତାନ ସ୍ଥିତି ସଂକ୍ରାନ୍ତରେ କହିଛନ୍ତି, ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ସଙ୍କଟ ବଢ଼ିଛି। ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ଉପରେ ଏହା କିଭଳି ପ୍ରଭାବ ପକାଇବ ତାହା ଏବେ ବି ଅସ୍ପଷ୍ଟ ବୋଲି ସେ କହିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ୧୫ ବର୍ଷରେ ବ୍ରିକ୍ସ ହାସଲ କରିଥିବା ସଫଳତା ଉପରେ କହିଥିଲେ। ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା,ବ୍ରାଜିଲ୍ ରାଷ୍ଟ୍ରପତି ଜେଆର୍ ବଲ୍ସୋନାରୋ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଯୋଗଦେଇ ଥିଲେ।
Follow Us