କୋଭିଡ୍ ଟିକା ପାଇଁ ଲାଗିଛନ୍ତି ଭାରତର ୩୦ ଦଳ

Advertisment
ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହିତ ୧୨୩୪ ପରୀକ୍ଷାଗାର ଜରିଆରେ ବଢ଼ିଲା ନମୁନା ପରୀକ୍ଷଣ ହାର

Deccan Herald

ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଏକ ଉପଯୁକ୍ତ ଟିକା ଅନ୍ବେଷଣରେ ଭାରତର ପାଖାପାଖି ୩୦ଟି ଦଳ ଅହରହ ଲାଗିଛନ୍ତି। କାରଖାନା ଠାରୁ ଏକକ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ୩୦ ଦଳର ଉଦ୍ୟମ ମଧ୍ୟରୁ ୨୦ଟିର ଅଗ୍ରଗତି ସନ୍ତୋଷଜନକ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ ବିଜୟରାଘବନ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସବିଶେଷ ଭାବେ କାହାର ନାମ ନନେଇ ସେ କହିଛନ୍ତି ଯେ ଏହି ଟିକା ଅନ୍ବେଷଣକାରୀଙ୍କ ମଧ୍ୟରୁ କେତେକ ମଧ୍ୟ ପ୍ରାକ୍ ନୈଦାନିକ ପରୀକ୍ଷଣ ସ୍ତରରେ ରହ‌ିଥିବା ବେଳେ ଆଗାମୀ ଅକ୍ଟୋବର ବେଳକୁ ସେଗୁଡି଼କର ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇପାରେ।

ଏବେ ସୁଦ୍ଧା ଆମ ପାଖରେ କୌଣସି ଟିକା କି ଉପଚାର ପଦ୍ଧତି ନଥିବା ବେଳେ ଦ୍ରୁତ ନମୁନା ପରୀକ୍ଷଣ ଓ ଚିହ୍ନଟ ପ୍ରକ୍ରିୟାକୁ ସେ ଗୁରୁତ୍ବ ଦେଇଛନ୍ତି। ସମ୍ପ୍ରତି କୌଣସି ଟିକା ବାହାର କରିବା ପାଇଁ ପାଖାପାଖି ୧୦ ବର୍ଷ ସମୟ ସହ ୨୦ରୁ ୩୦ କୋଟି ଡଲାର ଅର୍ଥ ଲାଗୁଥିବା ବେଳେ ବିଶ୍ବ ତମାମ ବିଶେଷଜ୍ଞମାନେ କୌଣସି ପ୍ରକାରେ ବର୍ଷକ ଭିତରେ କୋଭିଡ୍ ଟିକାଟିଏ ଉଦ୍‌ଭାବନ କରିବା ଲାଗି ଲାଗିପଡ଼ିଛନ୍ତି। ତେଣୁ ପ୍ରାୟ୧୦ ବର୍ଷ ଯାଏ ଗୋଟିଏ ଟିକା ପାଇଁ ସମୟ ଓ ସମ୍ବଳ ବିନିଯୋଗ କରିବା ଅପେକ୍ଷା ସେହି ସମୟରେ ଶହେଟି ଟିକାର ବିକାଶ ପାଇଁ ପ୍ରୟାସ ଜାରି ରହିଛି। ହେତୁ ଏହି ପ୍ରକ୍ରିୟାରେ ଅନେକ ଉଦ୍ୟମ ବିଫଳ ହୋଇଥାଏ, ତେଣୁ ସଂଖ୍ୟାଧିକ ଟିକା ପାଇଁ ପ୍ରଚେଷ୍ଟା ଚାଲୁ ରହିଥିବା ବିଜୟରାଘବନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe