ଆସାମରେ ଝୁଲା ପୋଲ ଭାଙ୍ଗି ୩୦ ଛାତ୍ର ଆହତ

Advertisment
ଆସାମରେ ଝୁଲା ପୋଲ ଭାଙ୍ଗି ୩୦ ଛାତ୍ର ଆହତ

କରିମଗଞ୍ଜ: ଆସାମର କରିମଗଞ୍ଜ ଜିଲ୍ଲାରେ ଏକ ନଦୀ ଉପରେ ଥିବା ଝୁଲା ପୋଲ ଭାଙ୍ଗି ପଡ଼ିବାରୁ ପ୍ରାୟ ୩୦ ଜଣ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ ଛୁଟି ହେବା ପରେ ଛାତ୍ରମାନେ ଝୁଲା ପୋଲ ଉପରେ ଆସୁଥିବାବେଳେ ପୋଲଟି ଭାଙ୍ଗି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପିଲାମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ। କିଛି ଛାତ୍ର ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲ ତିଆରି ହେବାବେଳେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ତିନି ବର୍ଷ ପୂର୍ବେ ଏହି ଝୁଲା ପୋଲ ତିଆରି ହୋଇଥିବା ଜଣାପଡ଼ିଛି। କରିମଗଞ୍ଜର ଚେରାଗି ଅଞ୍ଚଳରେ ଥିବା ସିଙ୍ଗଲା ନଦୀ ଉପରେ ଏହି ଝୁଲା ପୋଲ ଗତକାଲି ଭାଙ୍ଗି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe