କାଳବୈଶାଖୀ ପ୍ରଭାବରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସର ଉଡ଼ିଗଲା ଛାତ; ଲୋକେ ଭୟଭୀତ

Advertisment
କାଳବୈଶାଖୀ ପ୍ରଭାବରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସର ଉଡ଼ିଗଲା ଛାତ; ଲୋକେ ଭୟଭୀତ

ନୂଆଦିଲ୍ଲୀ: ଚେନ୍ନାଇ ଓ ତାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଥିବା ସହିତ ଗତମଙ୍ଗଳବାର ହଠାତ ସେଠାରେ କାଳବୈଶାଖୀ ସହିତ ଦ୍ରୁତଗତିରେ ପବନ ପ୍ରବାହିତ ହୋଇଥିଲା। ଏହି କାଳବୈଶାଖୀ ପ୍ରଭ‌ାବରେ ଅନେକ ଗଛ ଭାଙ୍ଗି ପଡ଼ିଥିବା ବେଳେ କେତେ ଘରର ଛାତ ଉଡ଼ିଯାଇଥିଲା।

‌କେବଳ ଏତିକି ନୁହେଁ, ଏହି କାଳବୈଶାଖୀ ସମୟରେ ତିରୁବଲ୍ଲୁର ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସ ଉପରୁ ହାଠତ ଛାତ ଉଡ଼ିଯାଇଥିଲା। ଏହି ଘଟଣା ପରେ ଉକ୍ତ ବସ ଚାଳକ, କଣ୍ଡକ୍ଟର ଓ ବସରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଜୋରରେ ପବନ ହେଉଥିବା ହେତୁ ଯାତୀମାନେ ଚାହିଁକି ବି ବସରୁ ଓହ୍ଲାଇ ପାରି ନଥିଲେ। ଏହି ଘଟଣାର ଏକ ଭିଡିଓ ବି ସ‌ାମ୍ନାକୁ ଆସିଛି।

ଏହି ଘଟଣାପରେ ଉକ୍ତ ବସ ଚାଳକ ରାସ୍ତାରେ ବସକୁ ଧୀରେଧୀରେ ଅଟାଇଥିଲେ। ଯାତ୍ରୀଙ୍କୁ  ଭୟ ନକରି ଧୌର୍ଯ୍ୟ ଧରିବାକୁ କହିବା ସହିତ ଧୀ‌ରେଧୀରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ଦେଇଥିଲେ। ଆଉ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ  ଅନ୍ୟ ଗାଡ଼ିର ବନ୍ଦୋବସ୍ତ କରିଥିଲେ।

ସେହିପରି ଓଡ଼ିଶା କଥା କହିବାକୁ ଗଲେ ସଂପ୍ରତି ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ପାଣିପାଗର ଏପରି ସ୍ଥିତି ଆଗକୁ ଆହୁରି କିଛିଦିନ ପାଇଁ ଜାରି ରହିବ। ତେବେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି।

ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ମେ’ ୩୧ ତାରିଖ ବୁଧବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe