ଜେରୁଜେଲମ୍: ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ୍ର ନାହାଲ୍ ବ୍ରିଗେଡ୍ରେ ଡିୟୁଟିରେ ନ ଥିବା ଜଣେ ୨୨ ବର୍ଷିୟ ନିରସ୍ତ୍ର ସୈନିକ ହମାସ୍ ଆତଙ୍କବାଦୀଙ୍କର ୭ଟି ଗ୍ରେନେଡ୍କୁ ଖାଲି ହାତରେ ପ୍ରତିରୋଧ କରି ପ୍ରାଣ ହରାଇଥିବା କଥା ‘ଦି ଟାଇମ୍ସ୍ ଅଫ୍ ଇସ୍ରାଏଲ୍’ ରିପୋର୍ଟ କରିଛି।
ଡିୟୁଟିରେ ନ ଥିବା ଏହି ସୈନିକ ହେଉଛନ୍ତି ଆନେର୍ ଏଲିୟାକିମ୍ ସାପିରୋ। ସେତେବେଳେ ସେ କିବୁଜ୍ ରେଇମ୍ ନିକଟରେ ସୁପରନୋଭା ମ୍ୟୁଜିକ୍ ଫେଷ୍ଟିଭାଲ୍ ଦେଖୁଥିଲେ। ହମାସ୍ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ କିଛି ଲୋକ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବୋମା ଆଶ୍ରୟସ୍ଥଳକୁ ଚାଲିଯାଇଥିଲେ। ଆତଙ୍କବାଦୀମାନେ ତାହା ଜାଣି ବୋମା ଆଶ୍ରୟସ୍ଥଳ ଭିତରକୁ ଗ୍ରେନେଡ୍ ଫିଙ୍ଗିଲେ। କିନ୍ତୁ, ସେଠାରେ ଉପସ୍ଥିତ ଥିବା ସୈନିକ ଆନେର୍ ଏଲିୟାକିମ୍ ସାପିରୋ ଗ୍ରେନେଡ୍ଗୁଡ଼ିକୁ ଖାଲି ହାତରେ ଦୂରକୁ ଛାଟି ଦେଉଥିଲେ ବା ଲୋକଙ୍କ ଉପରେ ପଡ଼ିବାକୁ ଦେଉ ନ ଥିଲେ।
Image Courtesy of The Times of Israelବିନା ଅସ୍ତ୍ରରେ ଏମିତି ୭ଟି ଗ୍ରେନେଡ୍ ଆକ୍ରମଣ ପ୍ରତିହତ କରିବା ପରେ ୮ମ ଗ୍ରେନେଡ୍ଟି ତାଙ୍କରି ଆଗରେ ବିସ୍ଫାରିତ ହେଲା ଓ ସେ ଗୁରୁତର ଆହତ ହେଲେ। କିନ୍ତୁ, ସେଠାରେ ଆଶ୍ରୟ ନେଇ ଥିବା ଆଉ ୭ଜଣ ବ୍ୟକ୍ତି ଗ୍ରେନେଡ୍ ଆକ୍ରମଣରୁ ବର୍ତ୍ତିଗଲେ।
Image Courtesy of Times Nowନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଥିବା ଆଗାମ୍ ନାମରେ ଜଣେ ଝିଅ ସାପିରୋଙ୍କ ସମ୍ମାନାର୍ଥେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଆନେର୍ ସାପିରୋ... ଆମ ଜୀବନ ରକ୍ଷା କଲେ। ଆମର ରକ୍ଷାକର୍ତ୍ତା ସାଜିଥିବା ଏହି ଦେବଦୂତ ସମ୍ମାନ ପଦକ ପାଇଁ ଯୋଗ୍ୟ।
Follow Us