କୁନି ଝିଅର ପ୍ରଶ୍ନ ଶୁଣି ଟ୍ରେନ ଟଏଲେଟରେ ଲେଖାହୋଇଥିବା ଅଶ୍ଳୀଳ ଶବ୍ଦ ଲିଭାଇବାରେ ଲାଗିପଡିଛନ୍ତି ଏହି ବ୍ୟବସାୟୀ

Advertisment
କୁନି ଝିଅର ପ୍ରଶ୍ନ ଶୁଣି ଟ୍ରେନ ଟଏଲେଟରେ ଲେଖାହୋଇଥିବା ଅଶ୍ଳୀଳ ଶବ୍ଦ ଲିଭାଇବାରେ ଲାଗିପଡିଛନ୍ତି ଏହି ବ୍ୟବସାୟୀ

ଧାନବାଦ: ଆପଣ ଅନେକ ସମୟରେ ଟ୍ରେନରେ ଯାତ୍ରା କରିଥିବେ | ଆଉ ଏହି ସମୟରେ ଟ୍ରେନର ଟଏଲେଟକୁ କେବେ ଯାଇଥିଲେ ଏହାର କବାଟରେ ଅନେକ ପ୍ରକାରର ଅଶ୍ଳୀଳ କଥା ଲେଖା ହୋଇଥିବାର ଦେଖିଥିବେ | ମା, ଭଉଣୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ଶବ୍ଦ ସାଙ୍ଗକୁ ଅନେକ ଯୁବତୀଙ୍କର ମୋବାଇଲ ନମ୍ବର ମଧ୍ୟ ଲେଖାହୋଇଥିବାର ଆପଣଙ୍କର ନଜରରେ ପଡିଥିବ | ବିକୃତ ମାନସିକତା ଥିବା କିଛି ଵ୍ୟକ୍ତି ଏଭଳି ଲେଖୁଥିବାବେଳେ ଏବେ ଏହାକୁ ସଫା କରିବାରେ ଲାଗିପଡିଛନ୍ତି ଜଣେ ବ୍ୟବସାୟୀ | ଦେଶର କୋଇଲା ରାଜଧାନୀ ଭାବେ ଜଣାଶୁଣା ଧାନବାଦର ଜଣେ ବ୍ୟକ୍ତି ଟ୍ରେନ୍ ଏବଂ ସର୍ବସାଧାରଣ ଶୌଚାଳୟରେ ଲେଖାଯାଇଥିବା ଅଶ୍ଳୀଳ ମନ୍ତବ୍ୟ ହଟାଇବା ଅଭିଯାନରେ ନିୟୋଜିତ ଅଛନ୍ତି।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ କହିବାକୁ ଯାଉଛୁ, ଯିଏ ପ୍ରତିଦିନ ଏକ ଘଣ୍ଟା ଟ୍ରେନର ଶୌଚାଳୟରେ ବିତାନ୍ତି | ବ୍ୟକ୍ତି ଜଣକ ଟ୍ରେନ ଶୌଚାଳୟର କାନ୍ଥ ଓ କବାଟରେ ଅଶ୍ଳୀଳ ମନ୍ତବ୍ୟକୁ ଲିଭାନ୍ତି | ସେହି ବ୍ୟକ୍ତିଙ୍କ ନାମ ହେଉଛି ଉତ୍ତମ ସିହ୍ନା | ବୃତ୍ତି ଅନୁଯାୟୀ ସେ ଜଣେ ପୋଷାକ ବ୍ୟବସାୟୀ | ସେ କପଡା ଆଣିବାକୁ ପାଟନା, କୋଲକାତା, ରାୟପୁର, କାନପୁର ଏବଂ ଲୁଧିଆନା ଭଳି ସହରକୁ ଯାତ୍ରା କରନ୍ତି | ସେ ଏଥିପାଇଁ ପ୍ରାୟ ସମସ୍ତ ଟ୍ରେନରେ ଯାତ୍ରା କରନ୍ତି | ଏହି ସମୟରେ ସେ ଟ୍ରେନର ଶୌଚାଳୟକୁ ମଧ୍ୟ ଯାଆନ୍ତି ଏବଂ ଯଦି ସେ କୌଣସି ଶୌଚାଳୟରେ ଲେଖାଯାଇଥିବା ମନ୍ତବ୍ୟ ଦେଖନ୍ତି, ତେବେ ସେ ତୁରନ୍ତ ସେଗୁଡ଼ିକୁ ଲିଭାଇ ଦିଅନ୍ତି।

କାହିଁକି ମନକୁ ଆସିଲା ଏଭଳି ଚିନ୍ତା?
ବାସ୍ତବରେ କିଛିବର୍ଷ ତଳେ ସେ କୋଲଫିଲ୍ଡ ଏକ୍ସପ୍ରେସ ଦ୍ୱାରା ହାୱାଡାରୁ ଧାନବାଦକୁ ଆସୁଥିଲେ | ତାଙ୍କ ସହ ତାଙ୍କ ପତ୍ନୀ ଅପର୍ଣ୍ଣା ଏବଂ ଆଠ ବର୍ଷର ଝିଅ ବର୍ଷା ମଧ୍ୟ ଥିଲେ। ଯେତେବେଳେ ତାଙ୍କ ଝିଅ ଶୌଚାଳୟ ଯିବାକୁ କହିଥିଲେ, ସେ ତାଙ୍କ ଝିଅକୁ ନେଇ ଶୌଚାଳୟକୁ ଯାଇଥିଲେ | ଶୌଚାଳୟରୁ ବାହାରକୁ ଆସିବା ପରେ ତାଙ୍କ ଝିଅ ଉତ୍ତମଙ୍କୁ ପ୍ରଶ୍ନ କରିଥିଲା ଯେ, ଉତ୍କଳ ତାଙ୍କୁ ଶ ଟଏଲେଟ ଭିତରେ କାନ୍ଥରେ ଲେଖାଯାଇଥିବା ଶବ୍ଦଗୁଡିକର ଅର୍ଥ କଣ ? ଝିଅର ପ୍ରଶ୍ନ ତାଙ୍କୁ ଚକିତ କରି ଦେଇଥିଲା। ସେ ଭିତରକୁ ଯାଇ ତୁରନ୍ତ ଟଏଲେଟର କାନ୍ଥରେ ଲେଖାଯାଇଥିବା ଅଶ୍ଳୀଳ ବାକ୍ୟଗୁଡ଼ିକୁ ଲିଭାଇଦେଇଥିଲେ | ସେବେଠାରୁ ସେ ପାଖାପାଖି ୨୫୦ରୁ ଅଧିକ ଟ୍ରେନର ଶୌଚାଳୟର କାନ୍ଥରେ ଲେଖାଯାଇଥିବା ଅପମାନଜନକ ଶବ୍ଦକୁ ଲିଭାଇଛନ୍ତି । ଏଥି ସହିତ, ଲୋକଙ୍କୁ ସଚେତନ କରୁଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ସେପରି କୌଣସି ଜିନିଷ ଲେଖାଯିବା ଉଚିତ୍ ନୁହେଁ | ଯାହା ଦ୍ୱାରା ତୁମ ମା, ଭଉଣୀ ଏବଂ ପରିବାର ସଦସ୍ୟ ପଢି ଲଜ୍ଜିତ ହେବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe