ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ ଏହି ଦେଶ ସରକାରଙ୍କ ନିର୍ଦ୍ଦେଶ

Advertisment

ଭାରତର ପଡ଼ୋଶୀ ଦେଶର ସରକାର ଯୁବବର୍ଗଙ୍କୁ ଶୀଘ୍ର ବିବାହ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବିତ ବିବାହର ଧାରା ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଇଥିବାବେଳେ ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ ସରକାର ଜୋର୍ ଦେଉଛନ୍ତି...

ଭାରତର ପଡ଼ୋଶୀ ଦେଶର ସରକାର ଯୁବବର୍ଗଙ୍କୁ ଶୀଘ୍ର ବିବାହ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବିତ ବିବାହର ଧାରା ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଇଥିବାବେଳେ ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ ସରକାର ଜୋର୍ ଦେଉଛନ୍ତି...

china govt

ବେଜିଂ: ଭାରତର ପଡ଼ୋଶୀ ଦେଶ ଜନସଂଖ୍ୟା ହ୍ରାସ ଏବଂ ବୃଦ୍ଧାବୃଦ୍ଧଙ୍କ ସମସ୍ୟାର ସମାଧାନ ପାଇଁ ନାଗରିକମାନଙ୍କୁ ଏକ ନିଆରା ନିବେଦନ କରୁଛି। ଏହା ସହିତ ସରକାର ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ କଡ଼‌ା ନିର୍ଦ୍ଦେଶ ଜାରି କରିଛନ୍ତି। ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଲୋକମାନଙ୍କୁ ଅଳ୍ପ ବୟସରେ ବିବାହ କରିବା ଏବଂ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଉତ୍ସାହିତ କରୁଛି।

 ଏହା ସହିତ ସରକାର ଅବସର ବୟସକୁ ଧୀରେ ଧୀରେ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା ଦ୍ବାରା ହ୍ରାସ ପାଉଥିବା ଜନସଂଖ୍ୟା ଆହ୍ବାନର ସମାଧାନ ହୋଇପାରିବ ବୋଲି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଚିନ୍ତା କରୁଛନ୍ତି।

ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ନାଗରିକମାନଙ୍କୁ ଉପଯୁକ୍ତ ବୟସରେ ବିବାହ ଏବଂ ସନ୍ତାନ ପ୍ରସବ କରିବାକୁ ନିବେଦନ କରିଛି। ଜନ୍ମହାରକୁ ବୃଦ୍ଧି କରିବ‌େ ପାଇଁ ଏହା ପ୍ରୟାସର ଏକ ଅଂଶ ବୋଲି କୁହାଯାଉଛି। ପିତାମାତାଙ୍କର ସହଭାଗୀ ଦାୟିତ୍ବ ଏବଂ ପାରିବାରିକ ଜୀବନ ପ୍ରତି ଏକ ସକାରାତ୍ମକ ମନୋଭାବ ପାଇଁ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି। ଆୟୋଗର ଡେପୁଟି ହେଡ୍ ୟୁ ଜୁଜୁନ୍ କହିଛନ୍ତି  ବିବାହ ଏବଂ ସନ୍ତାନ ପ୍ରସବ ପାଇଁ ଏକ ନୂତନ ସଂସ୍କୃତି ସୃଷ୍ଟି କରିବା ଆମର ଲକ୍ଷ୍ୟ। 

ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଜିନହୁଆର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ସି ଜିନପିଙ୍ଗ ପୁରୁଷଙ୍କ ଅବସର ବୟସକୁ ୬୦ ବର୍ଷରୁ ୬୩ ବର୍ଷକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଅପରପକ୍ଷରେ ମହିଳାମାନଙ୍କ ପାଇଁ ଏହି ସୀମା ୫୮ ବର୍ଷକୁ ବୃଦ୍ଧି କରାଯିବ ବୋଲି ଚର୍ଚ୍ଚା ହେଉଛି। ଯାହା ବର୍ତ୍ତମାନ  ୫୫ ବର୍ଷ  ରହିଛି।

ଅଧିକ ପଢ଼ନ୍ତୁ:ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ପରାଜିତ କଲା...

ଅବସର ବୟସର ଏହି ବୃଦ୍ଧି ୨୦୨୫ ମସିହାରୁ କାର୍ଯ୍ୟକାରୀ ହେବ ଏବଂ ଏହା ୨୦୪୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ସରକାର କହିଛନ୍ତି। ଏଥି ସହିତ, ୨୦୩୦ରୁ ପେନସନ୍ ଯୋଗଦାନ ପାଇଁ ଯୋଗ୍ୟ ବୟସ ୧୫ ରୁ ୨୦ ବର୍ଷ କରାଯିବ। ଏଥିରେ ପ୍ରତିବର୍ଷ ୬ ମାସ ବୃଦ୍ଧି କରାଯିବ ବୋଲି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ଅଧିକ ପଢ଼ନ୍ତୁ:କୋଲକାତା : ସଡ଼କ ନିକଟରେ ପଡ଼ିଥିବା ସଂଦିଗ୍ଧ ବସ୍ତାରେ ବିସ୍ଫୋରଣ, ଜଣେ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe