୯ ହଜାର ନଡ଼ିଆରେ ନିର୍ମିତ ହେଲା ପରିବେଶ ଅନୁକୂଳ ଗଣେଶ ପ୍ରତିମା

Advertisment
୯ ହଜାର ନଡ଼ିଆରେ ନିର୍ମିତ ହେଲା ପରିବେଶ ଅନୁକୂଳ ଗଣେଶ ପ୍ରତିମା

Bengaluru Mirror

ବେଙ୍ଗାଲୁରୁ: ସମଗ୍ର ଦେଶରେ ଆଜି ବିପୁଳ ଆନନ୍ଦ ଉଲ୍ଲାସର ସହ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଗଣେଶଙ୍କର ବିଭିନ୍ନ ଆକୃତି ଓ କିସମର ପ୍ରତିମା ବିଭିନ୍ନ ପୂଜା ପେଣ୍ଡାଲମାନଙ୍କରେ ସ୍ଥାନ ପାଇବା ସହ ବିଘ୍ନ ବିନାଶକଙ୍କର ଆରାଧନା ଧୂମ୍‌ଧାମ୍‌ରେ କରାଯାଇଛି।

ତେବେ, କର୍ଣ୍ଣାଟକ ବେଙ୍ଗାଲୁରର ଏକ ପୂଜା ପେଣ୍ଡାଲରେ ପ୍ରତିଷ୍ଠା କରା ଯାଇଥିବା ଗଣପତିଙ୍କର ଏକ ପ୍ରତିମାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ବେଙ୍ଗାଲୁରର ପୁତେନଗଲି ପୂଜା ପେଣ୍ଡାଲରେ ନିର୍ମିତ ହୋଇଛି ଗଣପତିଙ୍କର ଏକ ପରିବେଶ ଅନୁକୂଳ ପ୍ରତିମା। ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଗଣପତିଙ୍କର ଏହି ପ୍ରତିମାରେ ମାଟି, ପ୍ଲାଷ୍ଟିକ୍‌ କିମ୍ବା ଅନ୍ୟ କୌଣସି ଧାତୁର ବ୍ୟବହାର କରାଯାଇ ନାହିଁ କିମ୍ବା ଏଥିରେ କୌଣସି ପ୍ରକାରର ରଙ୍ଗର ମଧ୍ୟ ବ୍ୟବହାର କରାଯାଇ ନାହିଁ।

ଗଣେଶଙ୍କର ଏହି ପ୍ରତିମା ନିର୍ମାଣ କରାଯାଇଛି ୯ ହଜାର ନଡ଼ିଆରେ। ୭୦ ଜଣ ଭକ୍ତ ଦୀର୍ଘ ୨୦ ଦିନ କାଳ ଅକ୍ଳାନ୍ତ ପରିଶ୍ରମ କରି ତିଆରି କରିଛନ୍ତି ୩୦ ଫୁଟ ଉଚ୍ଚତାର ଏହି ପରିବେଶ ଅନୁକୂଳ ଗଣେଶ ପ୍ରତିମା। ଏଥିସହ ଗଣେଶ ଓ ତାଙ୍କ ମନ୍ଦିରର ସାଜସଜ୍ଜା ପାଇଁ ୨୦ ପ୍ରକାରର ଭିନ୍ନ ଭିନ୍ନ ପରିବା।

publive-image

ପାଞ୍ଚ ଦିନ ଧରି ଏଠାରେ ଗଣପତିଙ୍କର ପୂଜା ଚାଲିବାକୁ ଥିବାବେଳେ ଭକ୍ତମାନଙ୍କ ମଧ୍ୟରେ ବିତରଣ ପାଇଁ ପ୍ରସ୍ତୁତ ହୋଇଛି ୧ ଟନ୍‌ ଓଜନର ହାଲୁଆ ଭୋଗ। ଯାହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe