Advertisment

ଏହି ରେସ୍ତୋରାଁରେ ପ୍ଲେଟ୍‌ରେ ଖାଇବା ଛାଡ଼ିଲେ ଦେବାକୁ ହେବ ଜରିମାନା! ଯିବା ପୂର୍ବରୁ ଜାଣି ନିଅନ୍ତୁ ପୂରା ଘଟଣା

Advertisment
ଏହି ରେସ୍ତୋରାଁରେ ପ୍ଲେଟ୍‌ରେ ଖାଇବା ଛାଡ଼ିଲେ ଦେବାକୁ ହେବ ଜରିମାନା! ଯିବା ପୂର୍ବରୁ ଜାଣି ନିଅନ୍ତୁ ପୂରା ଘଟଣା

wholesomelicious.com

ଚେନ୍ନାଇ: କିଛି ଲୋକଙ୍କର ବାହାରେ ହେଉ କି ଘରେ,ଖାଇ ସାରିବା ପରେ ପ୍ଲେଟ୍‌ରେ ଖାଦ୍ୟ ବଳକା ରଖିବାର ଅଭ୍ୟାସ ରହିଥାଏ । ଘରେ ହେଉ କି ହୋଟେଲ ପ୍ରାୟ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । କିନ୍ତୁ ତାମିଲନାଡୁରେ ଏକ ଏମିତି ହୋଟେଲ ରହିଛି ଯେଉଁଠି ଖାଇବା ନଷ୍ଟ କଲେ ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିଥାଏ । ତେଲେଙ୍ଗାନାର ଓ୍ଵରଙ୍ଗଲ ଜିଲ୍ଲାସ୍ଥିତ କେଦାରୀ ଫୁଡ୍‌ କୋର୍ଟରେ ଖାଇବା ନଷ୍ଟ କଲେ ଲୋକାମାନେ ଜରିମାନା ଦେଇଥାନ୍ତି । ରେସ୍ତୋରାଁର ପ୍ରମୋଟର ଲିଙ୍ଗାଲ କେଦାରୀ ଏହି ନିୟମ ଲାଗୁ କରିଥିଲେ । ଏହି ନିୟମ ରେସ୍ତୋରାଁର ଡ଼ିସ୍‌ପ୍ଲେ ବୋର୍ଡରେ ମଧ୍ୟ ଲେଖା ଯାଇଛି ।

publive-image Morning Advertiser

ଖାଇବା ଛାଡ଼ି ଗ୍ରାହକଙ୍କୁ ଜରିମାନା ଆକାରରେ ୫୦ଟଙ୍କା ଲେଖାଏଁ ଦେବାକୁ ହେବ ବୋଲି ଡ଼ିସ୍‌ପ୍ଲେ ବୋର୍ଡରେ ଲେଖା ଯାଇଛି । ଏହି ନିୟମ ରେସ୍ତୋରାଁ ତରଫରୁ ଦୁଇ ବର୍ଷ ହେଲାଣି ଲାଗୁ କରାଯାଇଛି । ଏ ପର୍ଯ୍ୟନ୍ତ ଜରିମାନା ରାଶି ୧୪,୦୦୦ ପହଞ୍ଚିଥିବା ଜଣା ପଡ଼ିଛି । ଗ୍ରାହକଙ୍କଠାରୁ ଜରିମାନା ଆକାରରେ ଅଣା ଯାଉଥିବା ଅର୍ଥ ଅନାଥ ଆଶ୍ରମକୁ ଦିଆଯିବ ବୋଲି କହିଛନ୍ତି କେଦାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe