ଏହି ଭ‌ାରତୀୟ କମ୍ପାନିକୁ ମିଳିପାରେ ବୁଲେଟ୍ ଟ୍ରେନ୍ ନିର୍ମାଣ କରିବାର ଠିକା

Advertisment
ଏହି ଭ‌ାରତୀୟ କମ୍ପାନିକୁ ମିଳିପାରେ ବୁଲେଟ୍ ଟ୍ରେନ୍ ନିର୍ମାଣ କରିବାର ଠିକା

aajtak

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଗଡ଼ିବ ବୁଲେଟ୍ ଟ୍ରେନ୍। ଏହି କାମ କେଉଁ କମ୍ପାନିକୁ ଦିଆଯିବ, ସେ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ଏବେ ଏହି ବୁଲେଟ୍ ଟ୍ରେନ୍ ତିଆରି କରିବାର ଦାୟିତ୍ବ ଭାରତୀୟ କମ୍ପାନି ଲାରସେନ୍ ଏବଂ ଟୁବ୍ରୋକୁ ମିଳିପାରେ ବୋଲି ଜଣା ପଡ଼ିଛି | ବୁଲେଟ୍ ଟ୍ରେନ୍ ତିଆରି କରିବାର ଦାୟିତ୍ବ ନେବା ପାଇଁ ୭ଟି କମ୍ପାନି ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ପ୍ରକଳ୍ପ ଲାରସେନ୍ ଏବଂ ଟୁବ୍ରୋ କମ୍ପାନିକୁ ମିଳିବାର ଅଧିକ ସୁଯୋଗ ରହିଛି ବୋଲି ଚର୍ଚ୍ଚା ହେଉଛି। କାରଣ ଏହି କମ୍ପାନି ଅନ୍ୟ କମ୍ପାନି ଅପେକ୍ଷା କମ ନିବେଶରେ ବୁଲେଟ ଟ୍ରେନ ତିଆରି କରିବାର ପ୍ରସ୍ତାବ ଦେଇଛି।

Mumbai-Ahmedabad bullet train: Contract for India's first such project likely to be of Rs 15,000-20,000 crore - The Financial Express The Financial Express

ସୂଚନାନୁସାରେ, ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ହେଉଛି ଦେଶର ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ ପ୍ରକଳ୍ପ ଯାହା ଜାପାନ ସହାୟତାରେ ନିର୍ମିତ ହେଉଛି | ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ନ୍ୟାସନାଲ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏନଏଚଏସଆରସିଏ‌ଲ) ସୋମବାର ଏକ ବିବୃତ୍ତିରେ କହିଛି ଯେ, ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରରେ ୫୦୭କିଲୋମିଟର ଲମ୍ବ ରେଳଧାରଣାର ଡିଜାଇନ୍ ଏବଂ ନିର୍ମାଣ ପାଇଁ ଆଜି ଆର୍ଥିକ ନିଲାମୀ ଡକାଯାଇଥିବା ବେଳେ ଲାରସେନ୍ ଏବଂ ଟୁବ୍ରୋ କମ ନିବେଶରେ ବୁଲେଟ ଟ୍ରେନ ତିଆରି କରିବାର ପ୍ରସ୍ତାବ ଦେଇଛନ୍ତି। ଡିସେମ୍ବର ୨୦୨୩ରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି | କିନ୍ତୁ କାର୍ଯ୍ୟରେ ବିଳମ୍ବ ହୋଇପାରେ। କାରଣ ମହାରାଷ୍ଟ୍ରର ପାଲଘର ଏବଂ ଗୁଜୁରାଟର ନବସାରୀ ପରି ଅଞ୍ଚଳରେ ଜମି ଅଧିଗ୍ରହଣ ସହ ଜଡ଼ିତ କିଛି ସମସ୍ୟା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe